Latest Odisha News

BREAKING NEWS

ଅଖିମୁଠି ଅନୁକୂଳ କରି ବିଲରେ ହଳ ବୁଲାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜଧାନୀର ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଠାରେ ମୁଖ୍ୟମନ୍ତ୍ରୀ ଜମିରେ ବିହନ ବୁଣିବା ସହ ହଳଲଙ୍ଗଳ ଧରି ହଳ ମଧ୍ୟ କରିଛନ୍ତି ।

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ରେ ଟ୍ବିଟ୍ କରି ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି, ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । କୃଷି ଓ କୃଷକଙ୍କ ପାଇଁ ଅକ୍ଷୟ ତୃତୀୟା ପର୍ବ ସ୍ୱତନ୍ତ୍ର । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜିର ଅକ୍ଷିମୁଠି ଅନୁକୂଳ ଶୁଭ ହେଉ । ଚଳିତ ବର୍ଷ ଭଲ ଫସଲ ଅମଳରେ ଚାଷୀ ଭାଇ, ଭଉଣୀଙ୍କ ଅମାର ପରିପୂର୍ଣ୍ଣ ହେଉ । ଏହି ପବିତ୍ର ଅବସରରେ ରାଜ୍ୟର ସମୃଦ୍ଧି ସହ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି ।

ତେବେ ରାଜଧାନୀର ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପଟେ, ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ବ୍ରହ୍ମପୁର ଗୋଳନ୍ଥରା ଗ୍ରାମର କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଛନ୍ତି । ରାଜ୍ୟପାଳ ସେଠାରେ ଏକ ଚାଷୀ ପରି ଜମିରେ ହଳଲଙ୍ଗଳ ଧରି ହଳ କରିଥିଲେ । ଏହି ଅବସରରେ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ମଧ୍ୟ ଉପସ୍ଥିତ ଥିଲେ ।

Comments are closed.