Latest Odisha News

BREAKING NEWS

ମୂଲ୍ୟବାନ ଧାତୁରେ ଭରି ରହିଥିବା ୩୧୫ ବର୍ଷ ତଳର ଜାହାଜକୁ ସମୁଦ୍ର ଭିତରୁ ବାହାର କରିବ କଲମ୍ବିଆ

ବୋଗଟା: ୩୧୫ ବର୍ଷ ତଳେ ସମୁଦ୍ରରେ ବୁଡି ଯାଇଥିବା ସାନ ଜୋସେ ଜାହଜକୁ ବାହାର କରିବା ପାଇଁ କଲମ୍ବିଆ ସରକାର ନିଷ୍ପତି ନେଇଛନ୍ତି । ଏହି ଜାହାଜରେ ମୂଲ୍ୟବାନ ଧାତୁ ଭରି ରହିଥିବା ଜଣାପଡିଛି । ଏହି ଜାହଜ ୧୭୦୮ରେ କିଙ୍ଗ ଫିଲିପ ୫ମଙ୍କ ନାମରେ ଥିଲା । ବ୍ରିଟିଶ ନୌସେନା ବିପକ୍ଷ ଯୁଦ୍ଧରେ ଏହା କ୍ଷତିଗ୍ରସ୍ତ ହୋଇ ପାଣିରେ ବୁଡି ଯାଇଥିଲା । ସେତେବେଳେ ସ୍ପେନର ଏହି ଜାହାଜରେ ୬୦୦ ଲୋକ ଥିଲେ । ୧୧ଜଣଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ମୃତ୍ୟୁବରଣ କରିଥିଲେ । ୨୦୧୫ରେ କଲମ୍ବିଆ ନୌସେନା ଏହି ଜାହାଜର ଭଗ୍ନାବିଶେଷ ୩୧ ହଜାର ଫୁଟ ତଳୁ ଠାବ କରିଥିଲେ । କଲମ୍ବିଆ ରାଷ୍ଟ୍ରପତି ଜୁଆନ ମାନୁଏଲ ସାଂଟୋସ ଏହା ମାନବ ଇତିହାସର ସବୁଠାରୁ ବଡ ସଫଳତା ବୋଲି କହିଥିଲେ ।

ବର୍ତମାନ ଏହି ଜାହାଜ ଉପରେ ସ୍ପେନ, କଲମ୍ବିଆ ଓ ବଲିଭିଆ ମାଲିକାନା ହକ ଜାହିର କରିଛନ୍ତି । ଇନାକା ସାମ୍ରାଜ୍ୟର ଅଳଙ୍କାର ଓ ମୂଲ୍ୟବାନ ଧାତୁ ଏଥିରେ ଥିବା ଅନୁମାନ କରାଯାଉଛି । ତେବେ ଏତେ ଦିନ ଧରି ସମୁଦ୍ରରେ ମଧ୍ୟରେ ଏହି ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ କେତେକ ରିପୋର୍ଟ ଅନୁସାରେ ଏଥିରେ ୧.୬୬ ଲକ୍ଷ କୋଟି ଟଙ୍କାର ୨୦୦ ଟନ ଧାତୁ ରହିଛି ।

Leave A Reply

Your email address will not be published.