Latest Odisha News

BREAKING NEWS

ମାତିଛି ଭାଲୁ : କଳହାଣ୍ଡିରେ ମହିଳାଙ୍କୁ ମାରି ଖାଇଲା

ଧର୍ମଗଡ : ପ୍ରଥମେ ବାଘ , ଆଉ ତା ପରେ ହାତୀ ଆଉ ଏବେ ଭାଲୁ ଆତଙ୍କ ଦେଖାଦେଇଛି  । ବନ୍ୟ ଜନ୍ତୁ ଗୁଡିକ ଖାଦ୍ୟ ଅନ୍ବେଶଣରେ ଏବେ ଗାଁ ମୁହାଁ ହେଉଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଅନେକ ସ୍ଥାନରେ ବହୁମୂଲ୍ୟ ଜୀବନ ମଧ୍ୟ ଚାଲିଯାଉଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆମପାଣି ଫରେଷ୍ଟ ଅଞ୍ଚଳ ବରାଡ଼ଙ୍ଗା ଗାଁରେ । ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।  ମୃତ ମହିଳା ଜଣକ ପାତ୍ରବସା ଗାଁର ଭବାନୀ ବାଗ ବୋଲି ସୂଚନା ମିଳିଛି ।

ସୂଚନା ମୂତାବକ ମହିଳା ଜଣକ ଆଜି ସକାଳେ ଶୌଚ ହେବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ  । ଏତିକିବେଳେ ସେ ଏକ ଭାଲୁ ହାବୁଡରେ ପଡି ଯାଇଥିଲେ ।  ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ମହିଳା ଜଣଙ୍କ ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖେଜାଖେଜି କରିଥିଲେ । ହେଲେ କିଛି ଖୋଜ ଖବର ମିଳିନଥିଲା ।  ପରେ ରକ୍ତାକ୍ତ ଅବସ୍ଥାରେ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ବନବିଭାଗ ଏବଂ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.