Latest Odisha News

BREAKING NEWS

ଖଣ୍ଡାଚୋଟରେ ହୋମଗାର୍ଡ ଗୁରୁତର ଆହତ

ପୁରୀ : ପୁରୀ ଜିଲ୍ଲାରେ ମଙ୍ଗଳବାର ଦିନ ଜଣେ କାର୍ଯ୍ୟରତ ହୋମର୍ଗାଡଙ୍କୁ କେହି ଦୃବୁର୍ତ୍ତ ମରଣାନ୍ତକ ଆକ୍ରମଣ କରିଥିବା ନଜରକୁ ଆସିଛି ।

ଆହତ ହୋମଗାର୍ଡ ଜଣଙ୍କ ଗୁଣମଣି ରାଉତ ବୋଲି ଜଣାପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ତାଙ୍କର ବାମ ହାତ, ମୁଣ୍ଡ ଓ ପିଠିରେ ଆଘାତ ଲାଗିଥିବା ନେଇ ସୁତ୍ରରୁ ପ୍ରକାଶ ।

ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ କିଛି ଦିନ ପୂର୍ବରୁ ଜମିଜମା ବିବାଦକୁ କେନ୍ଦ୍ର କରି ଏକ ବୋମାମାଡ ହୋଇଥିଲା । ଏଥିସହିତ ଉକ୍ତ ଅଞ୍ଚଳରେ କିଛି ଅଘଟଣ ଆଶଙ୍କା କରି ପୋଲିସ ପକ୍ଷରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବା ସହ ପେଟ୍ରୋଲିଂ ମଧ୍ୟ କରାଯାଉଥିଲା ।

ତେବେ ପାଖାପାଖି ଭୋର ୫.୩୦ ସମୟରେ ପେଟ୍ରୋଲିଂ ଟିମ ବୋମାବାଡ ଘଟଣାରେ ସମ୍ପୃକ୍ତ ୨ଯୁବକଙ୍କୁ ଠାବ କରିଥିବା ବେଳେ ସେମାନେ ଖସି ପଳାଇଯାଇଥିଲେ । ଆହୁରି ମଧ୍ୟ ମଶାଣୀ ଚଣ୍ଡୀ ଛକ ନିକଟରେ ଗୁଣମଣୀ ଡ୍ୟୁଟି କରୁଥିବା ବେଳେ ତାଙ୍କୁ ଏକୁଟିଆ ପାଇ ଦୁବୃର୍ତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.