Latest Odisha News

BREAKING NEWS

ଅର୍ଶ ଡଲ୍ଲାଙ୍କୁ ଆତଙ୍କବାଦୀ ଘୋଷିତ କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଇଏସଆଇ ସମର୍ଥୀତ ଖଲିସ୍ତାନ ଟାଇଗର ଫୋର୍ସର ସହଯୋଗୀ ଅର୍ଶଦୀପ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ଗୃହ ମନ୍ତ୍ରଣାଳୟ ୟୁଏପିଏ ନିୟମ ଅନୁସାରେ ଆତଙ୍କବାଦୀ ଭାବେ ଘୋଷିତ କରିଛି । ଆଇଏସଆଇ ଇଶାରରେ ସେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିଲା । ଡଲ୍ଲା କାନାଡାରେ ରହୁଥିବା କେଟିଏଫର ମୂଖ୍ୟ ହରଦୀପ ସିଂ ନିଜ୍ଜରଙ୍କ ସହଯୋଗୀ ଥିଲା । ଡଲ୍ଲା ନିବାସୀ ଏହି ଆତଙ୍କବାଦୀ ଏବେ କାନାଡାରେ ରହୁଛନ୍ତି । ପଞ୍ଜାବର ସୀମା ଅଂଚଳରେ ଅନେକଗୁଡିଏ ହତ୍ୟାକାଣ୍ଡରେ ସେ ଜଡିତ ଥିବା ପ୍ରମାଣ ମିଳିଛି । ଗୁରୁବାର ସରକାର ଦି ରେଜିଂଷ୍ଟେସ ଫ୍ରଂଟ ଉପରେ ପ୍ରତିବନ୍ଧ ଲଗାଇଥିଲେ ।

ଏହାର କମାଣ୍ଡର ଶେଖ ସଜ୍ଜାଦ ଗୁଲଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇଛି । ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଜମ୍ମୁ ଆଣ୍ଡ କଶ୍ମୀରର ଶୀର୍ଷ ନେତାଙ୍କ ସହ ବୈଠକ କରିବେ । କେନ୍ଦ୍ର ସରକାର ଆତଙ୍କବାଦୀଙ୍କ ଉପରେ ଲଗାମ ଲଗାଇବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.