Latest Odisha News

BREAKING NEWS

ମେଟାର ଗ୍ଲୋବାଲ ବିଜ୍‌ନେସ୍ ଗ୍ରୁପ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ନିଯୁକ୍ତ ହେଲେ ବିକାଶ ପୁରୋହିତ

ନୂଆଦିଲ୍ଲୀ: ଟାଟା କ୍ଲିକ୍‌ର ପୂର୍ବତନ ସିଇଓ ବିକାଶ ପୁରୋହିତ ଫେସବୁକ ମୂଳ କମ୍ପାନୀ ମେଟାର ଗ୍ଲୋବାଲ ବିଜ୍‌ନେସ୍ ଗ୍ରୁପ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଜାନୁଆରୀ ୯ ତାରିଖରୁ ବିକାଶ ନୂଆ ଦାୟିତ୍ୱ ସମ୍ଭାଳିଛନ୍ତି। ଭାରତର ବଡ଼ ବଡ଼ କମ୍ପାନୀ ଓ ବିଜ୍ଞାପନଦାତା ସଂସ୍ଥାଙ୍କ ମେଟାର ସମ୍ପର୍କ ବୃଦ୍ଧି କରିବା ଓ ସେମାନଙ୍କ ଠାରୁ ବିଜ୍ଞାପନ ଆଣି କମ୍ପାନୀର ଆୟ ବଢାଇବା ଦିଗରେ କାମ କରିବେ ବିକାଶ। ଭାରତୀୟ ବିଜ୍ଞାପନଦାତା କମ୍ପାନୀଗୁଡ଼ିକ ସହ ମିଶି ମେଟା ପାଇଁ କାମ କରିବେ ବିକାଶ।

ଦାୟିତ୍ୱ ନେବା ପରେ ପୁରୋହିତ ମିଡିଆ, କ୍ରିଏଟିଭ ଏଜେନ୍ସି ସହ ମିଶି କାମ କରିବେ। ଏହି କମ୍ପାନୀଗୁଡ଼ିକ ଯେପରି ଅଧିକରୁ ଅଧିକ ମେଟାକୁ ବିଜ୍ଞାପନ ଦେବେ ସେ ନେଇ ଦିଗରେ ପୁରୋହିତ ଧ୍ୟାନ ଦେବେ। ତେବେ ମେଟାର ଡିଜିଟାଲ ଟୁଲ୍ସ, ମେଟାର ମୁଖ୍ୟ ବ୍ୟବାସୟର ଭର୍ଟିକାଲ ଟିମ୍ ଏବଂ ବିଜ୍‌ନେସ୍ ସଲ୍ୟୁସନ ଟିମ୍‌ ପୁରୋହିତଙ୍କୁ ରିପୋର୍ଟ କରିବେ ବୋଲି କମ୍ପାନୀ ଘୋଷଣା କରିଛି।

ଏହା ବାଦ୍ ପୁରୋହିତ ମେଟାର ଭାରତ ବିଜ୍ଞାପନ ବ୍ୟବସାୟ ମୁଖ୍ୟ ଅରୁଣ ଶ୍ରୀନିବାସନଙ୍କୁ ରିପୋର୍ଟ କରିବେ ବୋଲି କମ୍ପାନୀ କହିଛି। ସୂଚନା ଥାଉକି, ଏହା ପୂର୍ବରୁ ନଭେମ୍ବର ମାସରେ ସନ୍ଧ୍ୟା ଦେବନାଥନଙ୍କୁ କମ୍ପାନୀ ଭାରତ ଶାଖାର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲା ମେଟା।

ମେଟା ଘୋଷଣା ଅନୁସାରେ, ବିଜ୍‌ନେସ୍‌ ସେଲ୍ସ ଦିଗରେ ପୁରୋହିତଙ୍କର ୨୦ ବର୍ଷର ଅଭିଜ୍ଞତା ରହିଛି।, ସେଲ୍ସ ଆଣ୍ଡ ମାର୍କେଟିଂ ରୋଲ୍ ଆଦିରେ ତାଙ୍କର ଜ୍ଞାନ ରହିଛି। ତା ଛଡ଼ା, ଭାରତର ବଡ଼ ବଡ଼ କମ୍ପାନୀ ଯଥା, ଟାଟା କ୍ଲିକ୍‌, ଆମାଜନ, ରିଲାଏନ୍ସ ବ୍ରାଣ୍ଡ, ଆଦିତ୍ୟ ବିର୍ଲା ଗ୍ରୁପ୍, ଏବଂ ଟମି ହାଇଲଫିଗର କାମ କରିସାରିଛନ୍ତି ବିକାଶ ପୁରୋହିତ। ସୂଚନା ଥାଉକି, ଏହା ପୂର୍ବରୁ ନଭେମ୍ବର ମାସରେ ସନ୍ଧ୍ୟା ଦେବନାଥନଙ୍କୁ କମ୍ପାନୀ ଭାରତ ଶାଖାର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲା ମେଟା।

 

Leave A Reply

Your email address will not be published.