Latest Odisha News

BREAKING NEWS

ଖୋଲିବନି ସେଲୁନ କିମ୍ବା ମଦ ଦୋକାନ: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ଲକ୍‌ଡାଉନ୍ ମଧ୍ୟରେ ଦୋକାନ ଖୋଲିବା ନେଇ ସଭିଙ୍କ ମନରେ ଜାରି ରହିଛି ଦ୍ଵନ୍ଦ୍ଵ । ତେବେ ଏହି ଦ୍ୱନ୍ଦକୁ ଦୂର କରିଛନ୍ତି କେନ୍ଦ୍ର ସରକାର । କେଉଁ ସବୁ ଦୋକାନ ଖୋଲା ରହିବ ଓ କେଉଁ ସବୁ ଦୋକାନ ବନ୍ଦ ରହିବ ସେ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ।

ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ଆମର ଆଦେଶ ସେହି ଦୋକାନଙ୍କ ଉପରେ ଲାଗୁ ହେଉଛି, ଯେଉଁ ଦୋକାନ ସେଲୁନ ଓ ବ୍ୟୁଟି ପାର୍ଲର ଜଡିତ ସାମଗ୍ରୀ ବିକ୍ରି କରୁଥିବେ। ରେସ୍ତୋରାଁ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ ବୋଲି ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି ।

ଏହା ସହ ମଦ ଦୋକାନ ଖୋଲିବାକୁ ମଧ୍ୟ କୌଣସି ଆଦେଶ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଇ-କମର୍ସ କମ୍ପାନୀ ଏବେ ମଧ୍ୟ ଜରୁରୀ ଅନାବଶ୍ୟକ ସାମଗ୍ରୀ ଡେଲିଭରି କରି ପାରିବେ ନାହିଁ। ସେମାନେ କେବଳ ଜରୁରୀ ସାମଗ୍ରୀ ହିଁ ଡେଲିଭରି କରି ପାରିବେ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ସରକାର ଦୋକାନ ଖୋଲିବା ନେଇ ନିର୍ଦ୍ଦେଶାନାମା ଜାରି କରିଥିଲେ। ସେଥିରେ କୁହାଯାଇଛି ଯେ, ହଟ୍‌ସ୍ପଟ୍ ଛାଡି ବାକି ସ୍ଥାନରେ ସବୁ ପ୍ରକାରର ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଦୋକାନଗୁଡିକ ପ୍ରଶାସନ ଦ୍ଵାରା ପଞ୍ଜିକୃତ ହୋଇଥିବା ଦରକାର। ହଟ୍‌ସ୍ପଟ୍ ଏବଂ କଣ୍ଟେନମେଣ୍ଟ ଅଞ୍ଚଳ ପାଇଁ କୌଣସି ପ୍ରକାରର କୋହଳ କରାଯାଇ ନାହିଁ।

Leave A Reply

Your email address will not be published.