Latest Odisha News

BREAKING NEWS

ମାଟ୍ରିକ ଖାତା ମୂଲ୍ୟାୟନର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସାରା ଦେଶରେ ତାଲାବନ୍ଦ ପଡିଛି । ଲକଡାଉନ୍ ଯୋଗୁଁ ମାଟ୍ରିକ ଖାତା ମୂଲ୍ୟାୟନକୁ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ଏହା ପୁନଃ ଆରମ୍ଭ ହେବ ବୋଲି ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, କରୋନା ସଂକ୍ରମଣ ଲାଗି ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ସାମାଜିକ ଦୂରତ୍ୱ ପାଇଁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ମଧ୍ୟ ବଢ଼ାଯିବ। ଏଥିସହ ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ମଧ୍ୟ ଅଧିକ କରାଯିବ। ଓ୍ବେଟିଂ ଲିଷ୍ଟରେ ଥିବା ପରୀକ୍ଷକଙ୍କୁ ଖାତା ଦେଖା ଲାଗି ଡକାଯିବ। ଖାତାଦେଖା ଆରମ୍ଭର ୪୫ ଦିନ ଭିତରେ ରେଜଲ୍ଟ ବାହାରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.