Latest Odisha News

BREAKING NEWS

ଆପଣାନ୍ତୁ ଏହିସବୁ ଉପାୟ, ଶୀତଦିନେ ପାଇବେ ଲାଲ୍ ଓ ନରମ ଓଠ

ଭୁବନେଶ୍ୱର: ମହିଳା ମାନେ ଲିପିସ୍ଟିକ ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ସର୍ଭେରୁ ଜଣା ପଡିଛି  ୬୦% ଲିପିସ୍ଟିକ ବିଷାକ୍ତ ଅଟେ। ଏହା ଓଠରେ କୋଷ ଗୁଡିକୁ ନଷ୍ଟ କରିଦିଏ। ଯାହାଦ୍ୱାରା ଓଠ ଧୀରେ ଧୀରେ କଳା ଦେଖାଯାଏ।

କିପରି ପାଇବେ ଲାଲ ଓଠ?

ଲାଲ ଓଠ ମୁହଁର ସୌନ୍ଦଯ୍ୟ ବୃଦ୍ଧି କରିଥାଏ ।କିନ୍ତୁ ସବୁବେଳେ ଲିପିସ୍ଟିକ ବ୍ୟବହାର କରିବା ସ୍ୟାସ୍ଥ୍ୟ ପାଇଁ କ୍ଷତିକାରକ କାରଣ ଏଥିରେ ବହୁତ କେମିକାଲ ରହିଥାଏ । ତେଣୁ ଲାଲ ଓଠ ପାଇଁ କିଛି ଘରୋଇ ଉପଚାର ହେଉଛି

ଶୋଇବା ପୂର୍ବରୁ ଓଠରେ କିଛି ଗୁଆ ଘିଅ ମାଲିସ କରି ଶୁଆନ୍ତୁ ଏବଂ ସକାଳେ ଓଠକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ ଓଠକୁ ନରମ ରଖିବ|ସବୁଦିନ ଗୁଆ ଘିଅ ମାରିଲେ ଧୀରେ ଧୀରେ ଆପଣଙ୍କ ଓଠ ଲାଲ ହୋଇଯିବ ।

କିଛି ଲାଲ ଗୋଲାପ ଫୁଲର ପାଖୁଡାକୁ ଚିକଣ କରି ବାଟି ଦିଅନ୍ତୁ । ଏହାକୁ ମହୁ ସହ ମିଶାଇ ଓଠରେ ସବୁଦିନ ମାଲିସ କରନ୍ତୁ ।ଏହା କିଛି ଦିନ ମଧ୍ୟରେ ଆପଣଙ୍କ ଓଠକୁ ଲାଲ କରିଦେବ।

ଗୋଟିଏ ଲେମ୍ବୁକୁ ଦୁଇ ଭାଗରେ କାଟନ୍ତୁ ଓ ସେଥିରୁ କିଛି ପରିମାଣରେ ରସ ବାହାର କରି କଟା ଲେମ୍ବୁକୁ ଓଠରେ ମାଲିସ କରନ୍ତୁ।ଏମିତି ଦିନକୁ ଦୁଇ ଥର କରିଲେ କିଛି ଦିନ ଭିତରେ ଆପଣଙ୍କ ଓଠର କଳା ଦାଗ ଦୂର ହୋଇଥାଏ।

କାକୁଡିକୁ ଛୋଟ ଖଣ୍ଡରେ କାଟି ଓଠରେ ମାଲିସ କଲେ ଓଠ ଲାଲ ହୋଇଥାଏ ।

ଓଠ ନାଫାଟିବା ପାଇଁ ଘରୋଇ ଉପଚାର:

ଶୀତଦିନେ ଓଠ ଫାଟିବା ଏକ ସାଧାରଣ ଘଟଣା କିନ୍ତୁ କିଛି ଲୋକଙ୍କର ସବୁଦିନେ ଓଠ ଫଟିଥାଏ।

କିଛି ପରିମାଣରେ ଜଡ଼ା ତେଲକୁ ଭେସଲିନ ସହିତ ମିଶାଇ ଓଠରେ ମାଲିସ କରନ୍ତୁ ।ଏପରି ଦିନକୁ ୨-୩ ଥର କରିବା ଦ୍ଵାରା ଏହା ଆପଣଙ୍କର ଓଠ ଫଟା ଦୂର କରିବା ସହ ଓଠର କଳାଅଂଶ ଦୂର କରିଥଏ ।

ଘିକୁଆଁରୀ ରସକୁ ଓଠରେ ମାଲିସ କଲେ ଓଠ ଫାଟିବା ବନ୍ଦ ହୋଇଥାଏ ।

୧ ଚାମଚ ଚିନିକୁ କିଛି ମହୁ ସହ ମିଶାଇ ଓଠ ରେ ଲଗାନ୍ତୁ ।୧୦-୧୫ ମିନଟ ପରେ ହାଲକା ଗରମ ପାଣିରେ ଓଠକୁ ଧୋଇ ଦିଅନ୍ତୁ ।

Leave A Reply

Your email address will not be published.