Latest Odisha News

BREAKING NEWS

ହସ୍ପିଟାଲରେ ପାଠ ପଢିବେ ଜଗା-କାଳିଆ, ଖୁବଶୀଘ୍ର ହେବ ଖପୁରୀ ପ୍ରତିରୋପଣ

କଟକ: କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଯାଆଁଳା ଶିଶୁ ଜଗା-କାଳିଆ ମଧ୍ୟରୁ ଜଗାର ଖପୁରୀ ପ୍ରତିରୋପଣ କରାଯିବ । ଜଗାକୁ ଏହି ଖପୁରୀ ଏକ ‘ବୋନ ବ୍ୟାଙ୍କ’ରୁ ପ୍ରାପ୍ତ ହେବାକୁ ଥିବା ନେଇ ରବିବାର ଦିନ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଜଗାର ଖପୁରୀ ପ୍ରତିରୋପଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି, ଏସସିବି ଠାରେ ଚିକିତ୍ସାଧୀନରେ ଥିବା ଏହି ଶିଶୁ ଦ୍ୱୟଙ୍କୁ ଭେଟିବାକୁ ଆସି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଜଗା ମୁଣ୍ଡରେ ଖପୁରୀ ପ୍ରତିରୋପଣ ହୋଇନାହିଁ ସେ ପର୍ଯ୍ୟନ୍ତ ସେ ହେଲମେଟର ବ୍ୟବହାର କରିବା ଉଚିତ । ଜଗାର ପାଠପଢ଼ାର ସମସ୍ତ ବ୍ୟବସ୍ଥା ହସ୍ପିଟାଲରେ କରାଇ ଦିଆଯିବ । ଖପୁରୀ ପ୍ରତିରୋପଣ ପରେ ସେ ବିଦ୍ୟାଳୟକୁ ଯାଇପାରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ସୂଚନାଯୋଗ୍ୟ, କନ୍ଧମାଳର ଏହି ଚର୍ଚ୍ଚିତ ଯାଆଁଳା ଶିଶୁ ଦୀର୍ଘ ଦୁଇବର୍ଷ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ, ଗତ ସେପ୍ଟେମ୍ବର ୭ ତାରିଖରେ ଏମାନଙ୍କୁ ଓଡ଼ିଶା ଅଣାଯାଇ ଏସସିବି ଠାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.