Latest Odisha News

BREAKING NEWS

ବାଲେଶ୍ୱର: ହୋଟେଲ୍ ‘ଜାଇକା ଇଣ୍ଟରନ୍ୟାସନାଲ’ରେ ଗୁଳିକାଣ୍ଡ, ବର୍ତ୍ତିଗଲେ ହୋଟେଲ ମାଲିକ

ବାଲେଶ୍ୱର : ବାଲେଶ୍ୱରର ସହରର ଜଣାଶୁଣା ହୋଟେଲ ଜାଇକା ଇଣ୍ଟରନ୍ୟାସନାଲରେ ଗୁଳିକାଣ୍ଡ ଘଟିଛି ।

ରବିବାର ସନ୍ଧ୍ୟାରେ ହୋଟେଲ ମଧ୍ୟରେ ପଶି ୩ ଜଣ ଦୁର୍ବୃତ୍ତ ହୋଟେଲର ମାଲିକଙ୍କ ଉପରେ ୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ । ଏହି ଗୁଳିକାଣ୍ଡରେ ହୋଟେଲ ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଖବରପାଇ ଘଟଣାସ୍ଥଳରେ ବାଲେଶ୍ୱର ପୋଲିସ ଆସି ପହଞ୍ଚ ଘଟଣାର ଅନୁସନ୍ଧାନ କରିଛନ୍ତି । ତେବେ ଏହି ଗୁଳିକାଣ୍ଡରେ କେହି ଆହତ ହେବାର ଖବର ନଥିବା ସୂତ୍ରରୁ ଜଣାପଡ଼ିଛି ।

ତେବେ ହୋଟେଲ ମାଲିକଙ୍କ ଠାରୁ ଦୁର୍ବୃତମାନେ ଦାଦାବଟି ଆଦାୟ କରିବାରେ ଅସଫଳ ହେବାରୁ ଏପରି ଗୁଳିକାଣ୍ଡ କରିଥାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରି ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆଖପାଖ ଅଞ୍ଚଳ ଛାନଭିନ କରୁଛି ।

Leave A Reply

Your email address will not be published.