Latest Odisha News

BREAKING NEWS

ଅଗ୍ନିକାଣ୍ଡରେ ଜଳିଗଲା ୫ଟି ଘର, ନିଆଁ ଲିଭାଇବାକୁ ଆସିଲାନି ଦମକଳ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୫ ବଖରା ଘର ଜଳି ଧ୍ୱଂସ ହୋଇଯାଇଛି । ସୋମବା ରାତିରେ ଏହି ଅଗ୍ନିକାଣ୍ଡ ଘଟି ୫ଟି ଘର ନିଆଁରେ ସମ୍ପୂର୍ଣ୍ଣ ପୋଡ଼ିଯାଇଛି ।

ମିଳିଥିବା ସୂତ୍ର ଅନୁଯାୟୀ ସଟ୍ ସର୍କିଟ୍ ଯୋଗୁଁ ଗାଁ’ର ଗୋଟିଏ ଘରେ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ଏହା କ୍ରମେ ଅନ୍ୟ ଘରକୁ ବ୍ୟାପୀଯାଇ ଅନ୍ୟ ୪ଟି ଘରେ ନିଆଁ ଲାଗିଯାଇଥିଲା ।

ଦଳକଳର ଆବଶ୍ୟକତା ମନେକରି ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଫୋନ କରି ଡ଼ାକିବାରୁ କୌଣସି ଦମକଳ ନିଆଁ ଲିଭାଇବାକୁ ଆସିନଥିଲା ।

ଅଗ୍ନିଶମ ବିଭାଗକୁ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ ସେଠାରୁ କୌଣସି ଉତ୍ତର ମିଳି ପାରିନଥିଲା । ଘରେ ନିଆଁ ଲାଗିଯାଇଥିବାରୁ ଅସହାୟ ଭାବେ ଲୋକମାନେ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦମକଳ ନଆସିବାରୁ ୫ଟି ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା ।

ଏହି ଅଗ୍ନିକାଣ୍ଡ ଫଳରେ ଲକ୍ଷ ଲକ୍ଷଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଏବେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ଚାଲିଛି । ଆନ୍ଦୋଳନ ରତ ହାବିଲଦାରମାନେ ଦରମା ବୃଦ୍ଧି ତଥା ପେନସନ ଲାଗୁ କରିବା ନେଇ ବିଭିନ୍ନ ସମସ୍ୟାକୁ ନେଇ ଦାବି ପୂରଣ ଲାଗି ଏବେ ଆନ୍ଦୋଳନରତ ରହିଛନ୍ତି । ସେଥିପାଇଁ ଅଗ୍ନିଶମ ବିଭାଗର ଦମକଳ ଆସିପାରିନଥିବା ଜଣାପଡ଼ିଛି ।

Leave A Reply

Your email address will not be published.