Latest Odisha News

BREAKING NEWS

ରଣବୀରଙ୍କ ସହ କାମ କରିବାକୁ କରୀନାଙ୍କ ଖୁବ୍ ଇଚ୍ଛା !

ମୁମ୍ବାଇ:ଅଭିନେତ୍ରୀ କରୀନା କପୁର ଖାନ ‘ସଞ୍ଜୁ’ ଷ୍ଟାର୍ ରଣବୀର କପୁରଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ୩୮ ବର୍ଷୀୟା ଏହି ଅଭିନେତ୍ରୀ ଏକ ମିଡ଼ିଆ ସହ ବାର୍ତ୍ତାଳାପ କରିବା ସମୟରେ କହିଛନ୍ତି ଯେ, “ମୋତେ ରଣବୀର କପୁରଙ୍କ ସହ ଯେକୌଣସି ସିନେମାରେ କାମ କରିବାକୁ ବହୁତ ଭଲ ଲାଗିବ” ।

କରୀନା କପୁର ସଫଳତାର ଶୀର୍ଷରେ ଥିବାବେଳେ ରଣବୀରଙ୍କ ପାଇଁ ଏସବୁ ଆରମ୍ଭ ମାତ୍ର । ବର୍ତ୍ତମାନ ରଣବୀର ବିଭିନ୍ନ ଚରିତ୍ରକୁ ନେଇ ଅଭିନୟ କରିବାକୁ ପ୍ରୟାସ କରୁଛନ୍ତି । କିଛିଦିନ ଧରି ସେ ରୋମାଣ୍ଟିକ୍ ରୋଲ୍ କରିଆସୁଥିବା ବେଳେ ଏବେ ଆକ୍ସନ୍ ରୋଲକୁ ଆପଣେଇ ନେଇଛନ୍ତି ।

କିଛିଦିନ ପୂର୍ବରୁ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିବା ‘ସଞ୍ଜୁ’ ଫିଲ୍ମ ପାଇଁ ରଣବୀର କପୁର ଖୁବ୍ ପରିଶ୍ରମ କରିଥିବା ଦେଖିବାକୁ ମିଳିଥିଲା । ତାଙ୍କର ବଳିଷ୍ଠ ଚେହେରା ଦ୍ୱାରା ଆକ୍ସନ୍ ଫିଲ୍ମଗୁଡ଼ିକରେ ଚରିତ୍ରକୁ ନିଖୁଣ ଭାବେ ପ୍ରଦର୍ଶିତ କରିପାରୁଛନ୍ତି ।

ବର୍ତ୍ତମାନ ରଣବୀର କପୁର ‘ବ୍ରହ୍ମାସ୍ତ୍ର’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାପରେ ‘ସମସେରା’ରେ ଡକାୟତ ରୋଲ୍ କରୁଥିବାର ଦେଖିବାକୁ ମିଳିପାରେ ।ଏବେ ସେ ଆଲିଆ ଭଟ୍ଟଙ୍କ ସହ ରିଲେସନସିପ୍ ଥିବା କଥା ଚର୍ଚ୍ଚା ହେଉଛି । ଏଥିପାଇଁ ଉଭୟଙ୍କ ପରିବାର ପକ୍ଷରୁ ଗ୍ରୀନ୍ ସିଗନାଲ୍ ମିଳିସାରିଛି ।

ମାତ୍ର କରୀନା ରଣବୀରଙ୍କ ସହ କାମ କରିବାକୁ ନେଇ କହିଛନ୍ତି ଯେ, “ଆମ କେମେଷ୍ଟ୍ରି ହିଟ୍ ହେବ । ରଣବୀର ମୋତେ ଖୁବ୍ ଭଲ ଲାଗନ୍ତି । ଏଥିପାଇଁ କେବେ ନା କେବେ କେହି ଏଭଳି କିଛି ସ୍କ୍ରିପ୍ଟ ଲେଖିପାରନ୍ତି” ।

ରଣବୀରଙ୍କ ପ୍ରଶଂସା କରିବାକୁ ଯାଇ କରୀନା ଏକଥା ମଧ୍ୟ କହିଛନ୍ତି ଯେ, ରଣବୀର ହେଉଛନ୍ତି ଭାରତର ସବୁଠୁ ମହାନ୍ କଳାକାର ।

Leave A Reply

Your email address will not be published.