Latest Odisha News

BREAKING NEWS

ପୁରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ପୁରୀ : ମଙ୍ଗଳବାର ସକାଳେ ପୁରୀ ଅଭିମୁଖେ ଯାଉଥିବା ଏକ ବୋଲେରୋ ନାଳରେ ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିôବା ସହ ୨ଜଣ ଗୁରୁତର ଆହତ ହୋଇଥିଲେ ।

ଜଗନ୍ନାଥ ସଡକରେ ଘଟିଥିବା ଏହି ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଏକ ଗାଁର କିଛି ଲୋକ ଅସ୍ଥିବିସର୍ଜନ ପାଇଁ ଦୁଇଟି ବୋଲେରୋରେ ପୁରୀ ଅଭିମୁଖେ ବାହାରିଥିଲେ ।

ଅନ୍ୟପକ୍ଷରେ ସୁତ୍ରରୁ ପ୍ରକାଶ ଯେ ଗାଡିଗୁଡିକ ପୁରୀ ଜଗନ୍ନାଥ ସଡକ ରୋଡରେ ଯାଉଥିବାବେଳେ କୌଣସି କାରଣବଶତଃ ଗୋଟିଏ ବୋଲେରୋ ଭାରସାମ୍ୟ ହରାଇ ନାଳକୁ ଖସି ପଡିଥିଲା ।

ତେବେ ଏହି ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ଜଣେ ମହିଳା ରହିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.