Latest Odisha News

BREAKING NEWS

‘ମାସ୍କ’ ଆଉ କେତେ ଦିନ?

ନୂଆଦିଲ୍ଲୀ: କରୋନା ସମସ୍ତଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା ଭଳି କରୋନା ଉପଯୁକ୍ତ ଆଚରଣ, ଆମ ଜୀବନର ଏକ ଅଂଶ ପାଲଟିଯାଇଛି। କରୋନାରୁ ସୁରକ୍ଷା ପାଇବା ଲାଗି ଲୋକମାନେ କରୋନା ଟିକା ନେବା ଅଧିକ ପ୍ରାଧାନ୍ୟ ଦେଉଛନ୍ତି। କିନ୍ତୁ ଏହି ସମୟରେ ଏକ ପ୍ରଶ୍ନ ମଧ୍ୟ ଉଙ୍କିମାରୁଛି ଯେ କେତେ ଦିନ ପର୍ଯ୍ୟନ୍ତ ଏହି ମାସ୍କ ପିନ୍ଧିବାକୁ ପଡ଼ିବ। ଅନେକ ଲୋକ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି। ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ସେମାନେ କେବେ ବିନା ମାସ୍କରେ ବୁଲିପାରିବେ। ଏହି ପ୍ରଶ୍ନର ଉତ୍ତରରେ ନୀତି ଆୟୋଗ ସଦସ୍ୟ ଡା. ଭି.କେ ପଲ କହିଛନ୍ତି ଯେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଆମକୁ ଏହିପରି ମାସ୍କ ପିନ୍ଧିବାକୁ ପଡିବ।

ଭି.କେ ପଲଙ୍କ ଅନୁଯାୟୀ, କରୋନାକୁ ପରାସ୍ତ କରିବା ପାଇଁ ଟିକା, ଔଷଧ ଏବଂ କରୋନା ଉପଯୁକ୍ତ ଆଚରଣ ଆବଶ୍ୟକ। ଯଦି କରୋନାକୁ ପରାସ୍ତ କରିବାକୁ ପଡିବ ତେବେ ଏହି ସବୁ ଜିନିଷକୁ ଏକାଠି ଅନୁସରଣ କରିବାକୁ ପଡିବ, ତେଣୁ ଆସନ୍ତା ବର୍ଷ ମଧ୍ୟ ଭାରତର ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡିବ। ଆଗାମୀ ପାର୍ବଣ ରୁତୁକୁ ଦୃଷ୍ଟିରେ ରଖି ପଲ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯେ ତୃତୀୟ ତରଙ୍ଗର ସମ୍ଭାବନା ଏପର୍ଯ୍ୟନ୍ତ ଏଡାଯାଇ ନାହିଁ, ଆଗାମୀ ସମୟରେ ଏହା ଅଧିକ ବିପଦପୂର୍ଣ୍ଣ ହୋଇପାରେ।

ଏହା ବ୍ୟତୀତ, ଡା. ପଲ୍ କହିଛନ୍ତି ଯେ ମହାମାରୀରୁ ବଞ୍ଚିବା ପାଇଁ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ ଏବଂ ମୁଁ ଭାବୁଛି ଯଦି ଆମେ ଏକାଠି ହେବା ଏହା ସମ୍ଭବ ହୋଇପାରିବ।

Leave A Reply

Your email address will not be published.