Latest Odisha News

BREAKING NEWS

ଫୁଲୁଛି ଜଳକା: ବାଲେଶ୍ୱର ଜିଲ୍ଲା ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ

ବାଲେଶ୍ୱର: ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀ । ଜଳସ୍ତର କ୍ରମାଗତ ଭାବରେ ବଢି ଚାଲିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ଜଳକା ବିପଦ ସଙ୍କେତ ଚପିଛି । ଏବେ ସେଠାରେ ଜଳସ୍ତର ରହିଛି ୬.୨୨ ମିର ରହିଛି । ମଥାନୀଠାରେ ବିପଦ ସଙ୍କେତ ରହିଛି ୫.୫ ମିଟର । ଜଳସ୍ତର ୬.୫ ମିଟର ପାର କଲେ ବସ୍ତା ବ୍ଲକର ବିଭିନ୍ନ ପଞ୍ଚାୟତ ପ୍ରଭାବିତ ଆଶଙ୍କା ରହିଛି ।

ଜଳକା ନଦୀରେ ବନ୍ୟା ଆସିଲେ ଅବବାହିକାରେ ଥିବା ବସ୍ତା ବ୍ଲକର ୫ଟି ପଞ୍ଚାୟତ ଓ ବାଲେଶ୍ୱର ଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ରହିଛି । ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ । ଆବଶ୍ୟକ ହେଲେ ତଳି ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା ବି କରାଯାଉଛି ।

ଲଗାଣ ବର୍ଷା ଯୋଗୁଁ ବଢୁଛି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବି ବଢୁଛି । ବୁଢ଼ାବଳଙ୍ଗରେ ବିପଦ ସଂକେତ ୮.୧୩ ମିଟର ଥିବା ବେଳେ ଏବେ ବୁଢାବଳଙ୍ଗରେ ଜଳସ୍ତର ରହିଛି ୬.୨୮ ମିଟର। ସେହିପରି ସୁବର୍ଣ୍ଣରେଖାରେ ବର୍ତ୍ତମାନ ଜଳସ୍ତର ରହିଛି ୭.୩୭ ମିଟର । ସୁବର୍ଣ୍ଣରେଖାର ବିପଦ ସଙ୍କେତ ରହିଛି ୧୦.୩୬ମିଟର ।

Leave A Reply

Your email address will not be published.