Latest Odisha News

BREAKING NEWS

ତିନି ଦଳ ପ୍ରାର୍ଥୀ ଘୋଷଣା କରିବାକୁ କେତୋଟି ଆସନ ବାକି ରଖିଛନ୍ତି?

ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ବିଜେଡି, ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳ ବିଭିନ୍ନ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ଲାଗିଛନ୍ତି।

BjdElectrycity

୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୨ଟି ପାଇଁ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେପି ମଧ୍ୟ ୧୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ସେହିପରି କଂଗ୍ରେସ ୯ଟି ଆସନ ପାଇଁ ଟିକେଟ୍ ଘୋଷଣା କରିବାକୁ ବାକି ରଖିଛି।

ଗତକାଲି କଂଗ୍ରେସ ୩ଟି ଲୋକସଭା ଓ ୧୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି।

ରଘୁନାଥପଲ୍ଲୀ, ହିନ୍ଦୋଳ, ଖଣ୍ଡପଡ଼ା, ବେଗୁନିଆ, ଖୋର୍ଦ୍ଧା, ବାଙ୍ଗିରିପୋଷି, ଭୋଗରାଇ, ନୀଳଗିରି, ବରୀ, କୋରେଇ, ବାଲିକୁଦା-ଏରସମା ଓ କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ବାକି ରହିଛି।

ଜୟପୁର, ତେଲକୋଇ, ଘସିପୁରା, ଚମ୍ପୁଆ, ହିନ୍ଦୋଳ, ବାରବାଟୀ-କଟକ, ବେଗୁନିଆ, ଖୋର୍ଦ୍ଧା, ବସ୍ତା, ନୀଳଗିରି, ଭଣ୍ଡାରିପୋଖରୀ, ବାସୁଦେବପୁର, ବରୀ, ସାଲେପୁର ଓ କେନ୍ଦ୍ରାପଡ଼ା ପାଇଁ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।

ଛତ୍ରପୁର, ପାଲହରା, ବାରବାଟୀ-କଟକ, ଜଳେଶ୍ୱର, ବାଲେଶ୍ୱର ସଦର, ନୀଳଗିରି, ବଡ଼ଚଣା, ଜଗତସିଂହପୁର ଓ କାକଟପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।

ଓଡ଼ିଶାର ୨୧ଟି ଲୋକସଭା ଆସନ ପରିପ୍ରେକ୍ଷୀରେ ଉଭୟ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ଘୋଷଣା ଶେଷ କରିଛନ୍ତି। ତେବେ କଟକ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।

Leave A Reply

Your email address will not be published.