Latest Odisha News

ଅବସର ନେଲେ ପୂର୍ବତନ ଏକ ନମ୍ବର ଖେଳାଳି ମୁଗୁରୁଜା

ନୂଆଦିଲ୍ଲୀ: ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଗାର୍ବାଇନ ମୁଗୁରୁଜା ମାତ୍ର ୩୦ ବର୍ଷ ବୟସରେ ଟେନିସରୁ ଅବସର ଘୋଷଣା କରିଛନ୍ତି । ସ୍ପେନର ଏହି ଷ୍ଟାର ଖେଳାଳି ଦୀର୍ଘ ଦିନ ଧରି ଟେନିସଠାରୁ ଦୂରେଇ ରହିବା ପରେ ସେ ଏବେ ଏହି ନିଷ୍ପତି ନେଇଛନ୍ତି । ୨୦୨୩ ଜାନୁୟାରୀ ପରଠାରୁ ସେ ଆଉ ଟେନିସ ଖେଳି ନାହାନ୍ତି । ଆମେରିକାର ୱିଲିୟମ୍ସ ଭଉଣୀଙ୍କୁ ହରାଇବାରେ ସେ ସଫଳ ହୋଇଥିଲେ । ୨୦୧୬ ଫ୍ରେଂଚ ଓପନ ଫାଇନାଲରେ ସେରେନା ୱିଲିୟମ୍ସ ଓ ୨୦୧୭ ୱିମ୍ବେଲଡନ ଫାଇନାଲରେ ଭେନସ ୱିଲିୟମ୍ସଙ୍କୁ ସେ ହରାଇଥିଲେ । ମୁଗୁରୁଜା ତାଙ୍କ କ୍ୟାରୟରରେ ୧୦ ଟାଇଟଲ ହାସଲ କରିଛନ୍ତି । ୨୦୧୫ ୱିମ୍ବେଲଡନ ଓ ୨୦୨୦ ଅଷ୍ଟ୍ରେଲିଆନ ଓପନରେ ସେ ରନର୍ସଅପ ହୋଇଥିଲେ ।

୧୯୯୮ ପରେ ସେ ସ୍ପେନର ପ୍ରଥମ ଖେଳାଳି ଭାବେ ଫ୍ରେଂଚ ଓପନ ଜିତିଥିଲେ । ଫାଇନାଲରେ ସେ ଆରାତ୍ୟାସା ସାେଂଚଜ ବିକାରିୟୋଙ୍କୁ ହରାଇ ଟାଇଟଲ ହାସଲ କରିଥିଲେ । ତାଙ୍କ ବାପା ସ୍ପେନିଶ ଥିବା ବେଳେ ମାଆ ଭେନୁଜୁଏଲା ବାସିନ୍ଦା । ମୁଗୁରୁଜା ଟେନିସ ପ୍ରତି ଆକୃଷ୍ଟ ହେବା ପରେ ସେ ବାର୍ସିଲୋନା ଆସି ପ୍ରଶିକ୍ଷଣ ନେଇଥିଲେ ।

Leave A Reply

Your email address will not be published.