ଭୁବନେଶ୍ବର: ଜୀବନ ଏବଂ ମୃତ୍ୟୁ ହେଉଛି ଦୁନିଆର ସବୁଠାରୁ ବଡ ସତ୍ୟ । ଯିଏ ଏହି ପୃଥିବୀରେ ଜନ୍ମ ନେଇଛି ସେ ନିଶ୍ଚିତ ଦିନେ ଦେହ ତ୍ୟାଗ କରିବ । କିନ୍ତୁ ଏହି ମୃତ୍ୟୁ କେବେ ଏବଂ କିପରି ଘଟିବ ଏସବୁ କେହି ଜାଣନ୍ତି ନାହିଁ । ମୃତ୍ୟୁ ସହ ଜଡିତ ଅନେକ ରହସ୍ୟ ଗରୁଡ ପୁରାଣରେ କୁହାଯାଇଛି, ଯେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ହୁଏ ତେବେ ଶରୀରର କେଉଁ ଅଂଶରୁ ଆତ୍ମା ବାହାରି ଥାଏ ତାହା ଏହି ପୁରାଣରେ ବର୍ଣ୍ଣିତ ହୋଇଛି ।
ଗରୁଡ ପୁରାଣ ଅନୁଯାୟୀ, ଶରୀରର ନଅଟି ଦ୍ବାର ଦେଇ ଆତ୍ମା ଶରୀର ଛାଡିଥାଏ। ନଅଟି ଦ୍ବାର ହେଲା – ଉଭୟ ଆଖି, ଉଭୟ କାନ, ପାଟି, ଉଭୟ ନାକ ଏବଂ ଶରୀରର ମଳମୂତ୍ର ନିର୍ଗତ ଅଙ୍ଗ ।
ଗରୁଡ ପୁରାଣ ଅନୁସାରେ, ଯେଉଁମାନେ ସାଂସାରିକ ମୋହରେ ଗ୍ରସ୍ତ ଓ ବଞ୍ଚିବାର ପ୍ରବଳ ଇଚ୍ଛା ରଖନ୍ତି, ସେମାନଙ୍କର ଜୀବନ ଆଖି ଦେଇ ଚାଲିଯାଏ। ଯମରାଜଙ୍କ ଦୂତମାନେ ବଳପୂର୍ବକ ତାଙ୍କ ଜୀବନ ନେଇଯାଆନ୍ତି, ଯାହା ଫଳରେ ତାଙ୍କ ଆଖି ଓଲଟାଇ ଯାଏ। ସେହିପରି ଯେଉଁ ବ୍ୟକ୍ତି ସର୍ବଦା ଧାର୍ମିକ ପଥ ଅନୁସରଣ କରିଥାନ୍ତି ତାଙ୍କର ଆତ୍ମା ମୁଖରୁ ବାହାରିଥାଏ ଏବଂ ଯେଉଁ ବ୍ୟକ୍ତି ନିଜର ସମଗ୍ର ଜୀବନକୁ ଈଶ୍ୱରଙ୍କ ପୂଜାରେ ଉତ୍ସର୍ଗ କରିଛନ୍ତି, ତାଙ୍କ ଆତ୍ମା ନାକ ଦେଇ ଶରୀର ଛାଡିଥାଏ।
ସେହିପରି ଯେଉଁ ବ୍ୟକ୍ତି ସ୍ବାର୍ଥପର ଥାଏ , ଜନ କଲ୍ୟାଣ କାର୍ଯ୍ୟ କରି ନଥାଏ ସେମାନଙ୍କ ଆତ୍ମା ମଳମୂତ୍ର ନିର୍ଗତ ଅଙ୍ଗ ଦେଇ ଶରୀର ଛାଡିଥାଏ। ସେମାନଙ୍କୁ ପାପୀ ଆତ୍ମା ବୋଲି କୁହାଯାଏ । କୁହାଯାଏ ଯେ ଏପରି ଲୋକମାନେ ମୃତ୍ୟୁ ସମୟରେ ଯମଙ୍କ ଦୂତମାନଙ୍କୁ ଦେଖି ଭୟଭୀତ ହୋଇଯାଆନ୍ତି ଏବଂ ସେମାନଙ୍କର ଆତ୍ମା ତଳକୁ ଗତି କରିବାକୁ ଲାଗେ। ଏହା ପରେ ମଳ କିମ୍ବା ପରିସ୍ରାର ଦ୍ୱାର ଦେଇ ପ୍ରାଣ ବାୟୁ ବାହାରକୁ ଆସେ। ଏପରି ବ୍ୟକ୍ତିମାନେ ମୃତ୍ୟୁ ସମୟରେ ପରିସ୍ରା ଏବଂ ମଳ ତ୍ୟାଗ କରିଥାନ୍ତି ।
Comments are closed.