ରୋଷେଇ ଘର ସଫାସୁତୁରା ରଖିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଅନେକ ଲୋକ ରୋଷେଇ କରିବା ସମୟରେ ରୋଷେଇ ଘର ସଫା କରି ଦିଅନ୍ତି ଆଉ କିଛି ରୋଷେଇ କରିସାରିବା ପରେ ସଫା କରନ୍ତି। କିନ୍ତୁ କିଛି କିଛି ଲୋକ ଜମାରୁ ରୋଷେଇ ଘର ସଫା କରନ୍ତି ନାହିଁ, ଯାହା ଫଳରେ ରୋଷେଇ ଘର ଅପରିଷ୍କାର ହୋଇଥାଏ ।
ଜାଣନ୍ତୁ, କିପରି ନିଜ ରୋଷେଇ ଘରକୁ ସଫାସୁତୁରା ରଖିବେ ।
ପ୍ରତିଦିନ ସଫା କାର୍ଯ୍ୟ –
• ରୋଷେଇ ଘରେ ପ୍ରତିଦିନ ପୋଛା ଲଗାନ୍ତୁ । ସଫା କରିବା ପାଣିରେ ଆପଣ ଡିଟରଜେଣ୍ଟ ବା ଅନ୍ୟ କୀଟନାଶକ ପ୍ରୟୋଗ କରିପାରିବେ । ସଫା କପଡାରେ ରୋଷେଇ ଘର ପୋଛନ୍ତୁ ଏବଂ ପୋଛି ସାରି କପଡାକୁ ସଫା କରି ଦିଅନ୍ତୁ ।
• ଯଦି ଆପଣଙ୍କ ରୋଷେଇ ଘରେ ପିମ୍ପୁଡି ହେଉଛନ୍ତି ତେବେ ପାଣିରେ ଲୁଣ ମିଶାଇ ସଫା କରନ୍ତୁ । ଏପରି ସପ୍ତାହକୁ ଥରେ କଲେ ରୋଷେଇ ଘରେ ପିମ୍ପୁଡି ହେବେ ନାହିଁ ।
• ଅନେକ ଦିନ ପରେ ଚଟାଣ ସଫା କରୁଥିଲେ ଗରମ ପାଣିର ବ୍ୟବହାର କରନ୍ତୁ । ସମସ୍ତ ମଇଳା ଓ ଦାଗ ସଫା ହୋଇଯିବ ।
• ରୋଷେଇ କରିବା ସମୟରେ ଯଦି କିଛି ଜିନିଷ ଚଟାଣରେ ପଡି ଯାଉଛି ତାହେଲେ ତୁରନ୍ତ ସଫା କରି ଦିଅନ୍ତୁ। ଏହା ଦ୍ୱାରା ଦାଗ ଲାଗିବ ନାହିଁ ।
ସେହିପରି ରୋଷେଇ ଘରେ ଟାଇଲର ବ୍ୟବହାର କରାଯାଇଥିଲେ ସେଥିରେ ଦୁଇକପ ସିରକା ଓ ଦୁଇକପ ଜଳର ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ରଖନ୍ତୁ । ଏହି ମିଶ୍ରଣକୁ ଟାଇଲରେ ସ୍ପ୍ରେ କରନ୍ତୁ ଓ ଏକ ମାଇକ୍ରୋ ଫାଇବର କପଡା ଦ୍ୱାରା ସଫା କରନ୍ତୁ ଦେଖିବେ ଆପଣଙ୍କ ଚଟାଣ ନୂଆ ପରି ଚମକିବ ।
Comments are closed.