Latest Odisha News

BREAKING NEWS

‘ନକଲି ପନିର’ ଚିହ୍ନିବେ କେମିତି ?

ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉରୁ ଜଣାପଡ଼ିଛି ଯେ, ପନିରକୁ ନକଲି ଉପାୟରେ ତିଆରି କରିବା ପାଇଁ ଏଥିରେ ମାରାତ୍ମକ କେମିକାଲ, ସିନ୍ଥେଟିକ୍ ପଦାର୍ଥ, ଡିଟରଜେଣ୍ଟ ଏବଂ ଷ୍ଟାର୍ଚ ଭଳି ଜିନିଷ ମିଶାଯାଉଛି ।

ଡାକ୍ତରଙ୍କ କହିବା ଅନୁଯାୟୀ, ଏହି କେମିକାଲ ଯୁକ୍ତ ମିଶ୍ରିତ ପନିର ଖାଇବା ଦ୍ୱାରା ପେଟ ଜନିତ ରୋଗ, ଫୁଡ୍ ପଏଜନିଂ, ଲିଭର ଏବଂ କିଡନୀ ଖରାପ ହେବା ସହ ଚର୍ମରୋଗ ଭଳି ମାରାତ୍ମକ ସମସ୍ୟା ଦେଖାଦେବ । ତେବେ କେବଳ ପ୍ରଶାସନର ଚଢ଼ାଉକୁ ଅପେକ୍ଷା ନକରି ଆପଣ ନିଜେ ମଧ୍ୟ ସଚେତନ ହେବା ଜରୁରୀ । ଆପଣ କିଣୁଥିବା ପନିର ଅସଲି ନା ନକଲି, ତାହା କିଛି ସହଜ ଘରୋଇ ଉପାୟରେ ଜାଣିପାରିବେ ।

ଅସଲି ଓ ନକଲି ପନିର ଚିହ୍ନିବାର ସହଜ ଉପାୟ:
ହାତରେ ଚକଟି ଦେଖନ୍ତୁ: ପନିରର ଏକ ଛୋଟ ଖଣ୍ଡକୁ ହାତରେ ଚିପି ଦିଅନ୍ତୁ । ଯଦି ଏହା ଗୁଣ୍ଡ ହୋଇ ବିଞ୍ଚି ହୋଇଯାଏ, ତେବେ ଏହା ନକଲି ବୋଲି ଜାଣନ୍ତୁ, କାରଣ ଏଥିରେ ସ୍କିମ୍ଡ ମିଲ୍କ ପାଉଡର ଥାଏ ।

ନରମତା ଉପରେ ନଜର: ଅସଲି ପନିର ସାଧାରଣତଃ ଅତି ନରମ ଏବଂ ସତେଜ ହୋଇଥାଏ, କିନ୍ତୁ ନକଲି ପନିର ଅଧିକ ଟାଣ ଓ ରବର ଭଳି ଟାଣି ହୋଇଥାଏ ।
ଆୟୋଡିନ୍ ଟେଷ୍ଟ : ପନିର ଉପରେ କିଛି ଟୋପା ଆୟୋଡିନ୍ ଟିଞ୍ଚର୍ ପକାନ୍ତୁ । ଯଦି ଏହାର ରଙ୍ଗ ନୀଳ କିମ୍ବା କଳା ହୋଇଯାଏ, ତେବେ ବୁଝିଯିବେ ଏଥିରେ ‘ଷ୍ଟାର୍ଚ’ ମିଶାଯାଇଛି ।
ପାଣି ଏବଂ ଫେଣ: ସାଧାରଣ ପାଣିରେ ପନିର ପକାଇ ହଲାନ୍ତୁ, ଯଦି ପାଣିରେ ଫେଣ ବାହାରେ, ତେବେ ସେଥିରେ ଡିଟରଜେଣ୍ଟ ମିଶିଥାଇପାରେ ।
ଗନ୍ଧରୁ ଚିହ୍ନନ୍ତୁ: ଅସଲି ପନିରରୁ କ୍ଷୀରର ହାଲୁକା ବାସ୍ନା ଆସେ, କିନ୍ତୁ ନକଲି ପନିରରୁ ତୀବ୍ର କେମିକାଲ୍ ଗନ୍ଧ ବାହାରିଥାଏ ।

ତେଣୁ ବଜାରରୁ ପନିର କିଣିବା ସମୟରେ ସବୁବେଳେ ଏକ ବିଶ୍ୱସ୍ତ ଦୋକାନରୁ ହିଁ କିଣନ୍ତୁ | ଆପଣଙ୍କର ସାମାନ୍ୟ ସତର୍କତା ଆପଣଙ୍କ ପରିବାରକୁ ଏକ ବଡ଼ ବିପଦରୁ ରକ୍ଷା କରିପାରିବ ।

Leave A Reply

Your email address will not be published.