Latest Odisha News

ମୋ ବାପା, ମମିକୁ ମାରିଦେଲେ; ୪ ବର୍ଷର ଝିଅ ଚିତ୍ର ମାଧ୍ୟମରେ ବଖାଣିଲା କରୁଣ କାହାଣୀ… 

ଝାନ୍ସୀ: ଝାନ୍ସୀର ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ (ଏମ୍ଆର)ଙ୍କ ପତ୍ନୀଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି। ମାମୁଁ ପୁଅ ଭାଇର ବାହାଘରରେ ଯୋଗଦେଇ ଫେରିବା ପରେ ତାଙ୍କର ମୃତ୍ୟୁ ହୋଇଛି।

ତେବେ ସୂଚନା ପାଇବା ପରେ ମୃତ ମହିଳାଙ୍କ ବାପା ମା ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ୪ ବର୍ଷର ଝିଅକୁ ମୃତ୍ୟୁର କାରଣ ପଚରିବା ପରେ ବାପା, ମମିକୁ ହତ୍ୟା କରି ଫାଶୀ ଲଗାଇ ଦେଇଥିବା କଥା ସେ କହିଥିଲା।

ଏହା ଶୁଣି ଶ୍ୱଶୁର ଘର ଲୋକେ ତୁରନ୍ତ ଝିଅଟିକୁ ଧରି ପଳାଇବାକୁ ଉଦ୍ୟମ କରିଥିଲା ବେଳେ ପରିବାର ବର୍ଗ ଅଟକାଇ ଦେଇଥିଲେ। କିନ୍ତୁ ସୁଯୋଗର ଫାଇଦା ଉଠାଇ ସ୍ୱାମୀ ସନ୍ଦୀପ, ଶାଶୁ, ଭାଉଜ ଏବଂ ଦେଢଶୁର ସେଠାରୁ ଫେରାର ହୋଇଯାଇଥିଲେ। ଯାହାପରେ ପରିବାର ସଦସ୍ୟମାନେ ହତ୍ୟା ଅଭିଯୋଗ କରି ମେଡିକାଲ କଲେଜରେ ହଙ୍ଗାମା କରିଥିଲେ। ତେବେ ଏହି ଘଟଣାଟି  କୋତୱାଲି ସହରର ପଞ୍ଚବଟିରେ ଅବସ୍ଥିତ ଶିବ ପରିବାର କଲୋନିରେ ଘଟିଥିବା କୁହାଯାଉଛି।

ଏହି ମାମଲାରେ ମହିଳାଙ୍କ ପିତା ସଞ୍ଜୀବ ତ୍ରିପାଠୀ କହିଛନ୍ତି ଯେ ତାଙ୍କ ଝିଅର ବିବାହ ୨୦୧୯ ମସିହାରେ ସନ୍ଦୀପ ବୁଧୌଲିଆ ନାମକ ଜଣେ ଯୁବକଙ୍କ ସହ ହୋଇଥିଲା। ବିବାହ ସମୟରେ ନଗଦ ୨୦ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଦିଆଯାଇଥିଲା ମଧ୍ଯ ସେମାନେ ଏକ ଗାଡି ପାଇଁ ଦାବି କରୁଥିଲେ। ଯାହାପରେ ଝିଅକୁ ମାଡପିଟ ମଧ୍ଯ କରୁଥିଲେ।

ତେବେ ୫ ବର୍ଷ ପୂର୍ବରୁ ଏକ କନ୍ଯା ସନ୍ତାନ ଜନ୍ମ କରିଥିବାରୁ ମଧ୍ଯ ତାକୁ ବହୁତ ଅପମାନିତ ହେବାକୁ ପଡୁଥିଲା କାରଣ ଶଶୁର ଘର ଲୋକଙ୍କୁ ପୁଅ ଦରକାର ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ମେଡିକାଲରେ ପହଞ୍ଚି ନାତୁଣୀ ଦର୍ଶିକାକୁ ଏହି ଘଟଣା ସମ୍ପର୍କରେ ପଚାରିଥିଲେ ସେତେବେଳେ ଏକ ଚିତ୍ର ତିଆରି କରି ଦେଖାଇଥିଲା ଯେ କିପରି ତା ମାଆକୁ ତା ବାପା ତଣ୍ଟି ଚିପି ହତ୍ୟା କରିଥିଲା।

 

Comments are closed.