ଭୁବନେଶ୍ବର: ସାଧାରଣତଃ ଲୋକମାନେ ବଜାରରୁ ଆଲୋଭେରା ଜେଲ କିଣିଥାନ୍ତି । ଏଥିରେ ଏପରି କିଛି କେମିକାଲ ଥାଏ ଯାହା ଧୀରେ ଧୀରେ ତ୍ବଚା ଓ କେଶକୁ ଖରାପ କରିପାରେ । ତେବେ ଆପଣ ନିଜେ ଅତି ସହଜରେ ଆଲୋଭେରା ଜେଲ ପ୍ରସ୍ତୁତ କରିପାରିବେ । ତାହାବି ଫ୍ରେସ୍ ।
ଏଥିପାଇଁ ଆଲୋଭେରା, ଭିଟାମିନ୍ ସି ଓ ଭିଟାମିନ୍ ଇ କ୍ୟାପସୁଲ, ମହୁ ଆବଶ୍ୟକ ।
ପ୍ରଥମେ କିଛି ତାଜା ଆଲୋଭେରା ପତ୍ର ନିଅନ୍ତୁ ଏବଂ ଏହାକୁ ଥଣ୍ଡା ପାଣିରେ ଦଶରୁ ପନ୍ଦର ମିନିଟ ଯାଏ ଭିଜାଇ ରଖନ୍ତୁ । ପତ୍ରକୁ ଥଣ୍ଡା ପାଣିରେ ରଖିବା ଦ୍ବାରା ଏଥିରୁ ବାହାରୁଥିବା ହଳଦିଆ ତରଳ ପଦାର୍ଥ ବାହାରିଯିବ । ଏହି ହଳଦିଆ ତରଳ ପଦାର୍ଥ ଆଲର୍ଜିର କାରଣ ଅଟେ । ଏହାପରେ ଆଲୋଭେରା ରସ ବାହାର କରନ୍ତୁ । ଏହି ରସକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ସ୍ମୁଥ ପେଷ୍ଟ ହୋଇଯିବ । ଏହାକୁ ଏକ ପାତ୍ରରେ କାଢି ଦେବେ । ଭିଟାମିନ ସି, ଇ କ୍ୟାପସୁଲ ଓ ମହୁ ମିଶାନ୍ତୁ । ଭଲ ଭାବରେ ମିଶେଇ ଦିଅନ୍ତୁ ।
କେମିକାଲ ଫ୍ରି ଏହି ଆଲୋଭେରା ଜେଲକୁ ଏକ ଏୟାରଟାଇଟ ପାତ୍ରରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ । ଏହାକୁ ଚାରି/ପାଞ୍ଚ ଦିନ ଯାଏଁ ବ୍ୟବହାର କରିପାରିବେ । ରେଫ୍ରିଜରେଟରେ ରଖିଲେ ଆଉ କିଛି ଦିନ ବ୍ୟବହାର କରି ପାରିବେ ।
Comments are closed.