Latest Odisha News

BREAKING NEWS

ଖରାଦିନ ଆରମ୍ଭରୁ ଜାଣି ରଖନ୍ତୁ କିପରି ରଖିବେ ନିଜ ଘରକୁ ଥଣ୍ଡା…

ଭୁବନେଶ୍ୱର: ଶୀତର ପ୍ରକୋପ ନକମୁଣୁ ଆରମ୍ଭ ହୋଇଗଲାଣି ଟାଣ ଖରା। ଆଜିଠାରୁ ଖରାର ତାତି ଦେଖି ଅନୁମାନ କରି ହେଉଛି ଆଗକୁ ଏହାର ପ୍ରକୋପ କେତେ ଅଧିକ ରହିବ ।

ଖରାଦିନେ ଘରକୁ ଥଣ୍ଡା ରଖିବାକୁ ସମସ୍ତେ ଚାହାନ୍ତି । ଘର ଥଣ୍ଡା ରହିବା ଦ୍ୱାରା କେବଳ ଶାରୀରିକ ନୁହଁ ବରଂ ମାନସିକ ଶାନ୍ତି ମଧ୍ୟ ବଜାୟ ରଖେ । କିନ୍ତୁ ଏଥିପାଇଁ ଫ୍ୟାନ, କୁଲର ଓ ଏସି ଏକମାତ୍ର ବିକଳ୍ପ ନୁହଁ । ଆପଣ ଚାହିଁଲେ କେତୋଟି ସାଧାରଣ ତଥା ସଜହ ଉପାୟ ଆପଣାଇ ଘରକୁ ଥଣ୍ଡା ରଖିପାରିବେ ।

ଛାତ ଘର ହୋଇଥିଲେ ଛାତରେ ମୋଟା ଚୂନ ରଙ୍ଗ ବୋଳନ୍ତୁ ଏବଂ ରାତିରେ ଆପଣ ଛାତରେ ପାଣି ମଧ୍ୟ ଢ଼ାଳିପାରିବେ । ଘର ଭିତରକୁ ସୂର୍ଯ୍ୟ କିରଣ ପ୍ରବେଶ ନକରାଇବାକୁ କବାଟ ଓ ଝରକାରେ ମୋଟା ଓ ଗାଢ଼ ରଙ୍ଗର ପରଦା ପକାନ୍ତୁ ।

ଘରେ କୁଲର ଲଗାଇଥିଲେ ଗୋଟିଏ ଝରକାକୁ ଖୋଲା ରଖନ୍ତୁ । ଏପରି କରିବା ଦ୍ୱାର କ୍ରସ ଭେଣ୍ଟିଲେସନ ହୋଇ ଘର ଥଣ୍ଡା ରହିବ ।

ସୂର୍ଯ୍ୟାସ୍ତ ପରେ କିଛି ସମୟ ଘରର କବାଟ, ଝରକା ଖୋଲି ଦିଅନ୍ତୁ । ଏପରି କରିବା ଦ୍ୱାରା ଘରକୁ ବାୟୁ ଚଳାଚଳ ହେବ ଓ ଘର ଥଣ୍ଡା ରହିବ ।

ଏହାସହ ଘରେ ଓଦା ବେଣାଚେର ପକାଇବା ଦ୍ୱାରା ମଧ୍ୟ ଘର ଥଣ୍ଡା ରହିଥାଏ।

Leave A Reply

Your email address will not be published.