Latest Odisha News

BREAKING NEWS

ଏମିତି ଏକ ଦେଶ, ଯେଉଁଠି ନାହାନ୍ତି ଗୋଟିଏବି ସାପ…!

ଭୁବନେଶ୍ୱର: ଅନେକ ଚମତ୍କାରିତାରେ ଗଢ଼ା ଏହି ବ୍ରହ୍ମାଣ୍ଡ । କଥାରେ ଅଛି “ନଈ କେ ବାଙ୍କ, ଦେଶକେ ଫାଙ୍କ” ।

ଏହି ଚମତ୍କାରୀ ବ୍ରହ୍ମାଣ୍ଡର ଏକ ଅଦ୍ଭୁତ କଥା ସମ୍ପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ବ୍ରାଜିଲକୁ କୁହାଯାଏ ସାପର ଦେଶ। କାରଣ ଏଠାରେ ସାପଙ୍କର ଯେତେ ପ୍ରଜାତି ଦେଖଯାଆନ୍ତି ତାହା ବିଶ୍ୱର ଅନ୍ୟ କୌଣସି ଦେଶରେ ମିଳେନା।

ବ୍ରାଜିଲର ବିପରୀତ ହେଉଛି ଆୟର୍ଲ୍ୟାଣ୍ଡ । ଏଠାରେ ଦେଖିବାକୁ ମିଳନ୍ତି ନାହିଁ ଗୋଟିଏ ବି ସାପ । ଏଣୁ ଦେଶର ଲୋକେ ସାପକୁ କେବଳ ଟିଭି ପରଦାରେ ଦେଖିଥିବା ପ୍ରକାଶ କରିଛନ୍ତି ।

ଆୟର୍ଲ୍ୟାଣ୍ଡ ସମ୍ପର୍କରେ କିଛି କଥା…

ଖ୍ରୀଷ୍ଟପୂର୍ବ ୧୨୮୦୦ ବର୍ଷରୁ ମଧ୍ୟ ଅଧିକ କାଳ ହେବ ମାନବ ବ୍ୟବହୃତ ଏକ ପ୍ରାଚୀନ ଦେଶ ହେଉଛି ଆୟର୍ଲ୍ୟାଣ୍ଡ । ଏଠାରେ ୯୦୦ ମସିହାରେ ସ୍ଥାପିତ ଏବେ ମଧ୍ୟ ଉକ୍ତ ସ୍ଥାନରେ ଦଣ୍ଡାୟମାନ । ଏହାର ନାମ ଥିଲା ‘ସିନ୍ସ ବାର’। ଏହି ବାରଟି ଯେଉଁସ୍ଥାନରେ ଯେମିତି ଥିଲା ଆଜିବି ସେହି ସ୍ଥାନରେ ସେମିତି କାରବାର କରୁଛି। ଏହି ଆୟର୍ଲ୍ୟାଣ୍ଡର ବେଲଫାଷ୍ଟ ସହରରେ ବିଳାଶମୟ ପାଣି ଜାହାଜ ଟାଇଟେନିକ ନିର୍ମିତ ହୋଇଥିଲା, ଯାହା ୧୯୧୨ ମସିହା ଏପ୍ରିଲ ୧୪ ତାରିଖ ଦିନ ସମୁଦ୍ରରେ ପ୍ରଥମ ଯାତ୍ରାରେ ବୁଡି ଯାଇଥିଲା।

କାହିଁକି ସାପ ଶୂନ୍ୟ ଏହି ଦେଶ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ହଜାର ହଜାର ବର୍ଷର ଇତିହାସ ବହନ କରୁଥିବା ଆୟର୍ଲ୍ୟାଣ୍ଡ ଲୋକେ ସାପ କିଭଳି ଜୀବ ତାହା ଜୀବନ୍ତ ଦେଖି ନାହାନ୍ତି। ଦେଶରେ ସାପ କାହିଁକି ନାହାନ୍ତି ସେ ନେଇ ଏକ ରୋଚକ କାହାଣୀ ମଧ୍ୟ ରହିଛି।

ଲୋକକଥା:

କୁହାଯାଏ ଦେଶକୁ ଇଶାୟୀ ଧର୍ମ ପ୍ରଚାର ନିମନ୍ତେ ଆସିଥିବା ସେଣ୍ଟ ପେଟ୍ରିକ୍ ନାମକ ସନ୍ଥ ଦେଶକୁ ସାପମୁକ୍ତ କରିଦେଇଥିଲେ। ସେ ୪୦ ଦିନ ଲାଗି ଆୟର୍ଲ୍ୟାଣ୍ଡର ସବୁ ସାପଙ୍କୁ ସମୁଦ୍ରରେ ଫିଙ୍ଗି ଦେଇଥିଲେ। ସେବେଠାରୁ ଦେଶରେ କେବେ ସାପ ଆଉ ଦେଖାଯାଇନାହାନ୍ତି।

ବୈଜ୍ଞାନିକ କାରଣ:

ବୈଜ୍ଞାନିକଙ୍କ ମାତ୍ରେ ଦେଶର ଭୌଗଳିକ ସ୍ଥିତି ହିଁ ଏହାର ଅନ୍ୟତମ କାରଣ। ଅତ୍ୟାଧିକ ଥଣ୍ଡା ଯୋଗୁ ଏଠାରେ ସାପ ବଞ୍ଚିବା କଷ୍ଟକର।
ଦେଶରେ ଉଦ୍ଧାର ହୋଇଥିବା ଜୀବାସ୍ମରେ ସାପର ନମୁନା ମିଳି ନାହିଁ। ଏଣୁ ଏଠାରେ ସାପ ପ୍ରଥମରୁ ହିଁ ନାହାନ୍ତି।

Leave A Reply

Your email address will not be published.