ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ଉଭୟ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ ।
ଆସନ୍ତୁ ଜାଣିବା ହୋଲି ଖେଳିବା ପୂର୍ବରୁ କିଭଳି ନେବେ କେଶର ଯତ୍ନ…
୧. ହୋଲି ଖେଳିବା ପୂର୍ବରୁ କେଶ ଓ ଦେହରେ ଭଲ ଭାବରେ କ୍ରିମ କିମ୍ବା ତେଲକୁ କେଶ ଓ ଚର୍ମରେ ଭଲ ଭାବରେ ମାଲିସ କରନ୍ତୁ।
୨. ହୋଲି ଖେଳିବା ସମୟରେ ଯଥା ସମ୍ଭବ ଚୁଟି ବାନ୍ଧି ରଙ୍ଗ ଖେଳନ୍ତୁ ।
୩. ହୋଲି ଖେଳିବା ପୂର୍ବରୁ ହେୟାର ମାସ୍କ ବ୍ୟବହାର କରିପାରିବେ ।
୪. ମହୁ, ଲେମ୍ବୁରସ, ଅଲିଭ ତେଲ ବ୍ୟବହାର କରି ଏକ ପ୍ୟାକ ପ୍ରସ୍ତୁତ କରି ଏହାକୁ କେଶରେ ପ୍ରୟୋଗ କରିପାରିବେ ।
୫. ନିଜ କେଶକୁ ଧ୍ୟାନରେ ରଖି ଭଲ ସାମ୍ପୁ ବ୍ୟବହାର କରି ରଙ୍ଗ ବ୍ୟବହାର କରିପାରିବେ ଏବଂ ସାମ୍ପୁ କରିବା ପରେ କଣ୍ଡିସନର ବ୍ୟବହାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ ।
୬. ସେରମ୍ ବ୍ୟବହାର ନିହାତି କରନ୍ତୁ ।
୭. ନଖରେ ମଧ୍ୟ ହୋଲି ଲାଗି ରହିଯାଏ। ତେଣୁ ଖେଳିବା ପୂର୍ବରୁ ନଖରେ ନେଲପଲିସ ଲଗାଇ ଦିଅନ୍ତୁ।
ଏହାବ୍ୟତିତ ହୋଲି ଖେଳିବା ସମୟରେ କେଶରେ କୌଣସି ପ୍ରକାର ହେୟାର ଆସେସୋରିଜ ଲଗାନ୍ତୁ ନାହିଁ ।
Comments are closed.