Latest Odisha News

BREAKING NEWS

ଶୀତଦିନେ ଆପଣଙ୍କର ବି ଓଠ ଫାଟୁଛି କି? ତେବେ ଏପରି ନିଅନ୍ତୁ ଓଠର ଯତ୍ନ

ଭୁବନେଶ୍ଵର: ପ୍ରାୟତ ଶୀତ ଋତୁରେ ଓଠ ଫାଟିବା ଲୋକଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଯାଏ । ଶରୀରରେ ଜଳୀୟଅଂଶ ଅଭାବ ହେଲେ ଓଠ ଫାଟିବା ସହିତ ଚର୍ମ ଶୁଷ୍କ ରହେ । ବାସ୍ତବରେ ଶୀତଋତୁ ଆସିବା ମାତ୍ରେ ଆମେ ଜଳର ବ୍ୟବହାରକୁ କମ୍ କରିଦେଉ । ଯେଉଁ କାରଣରୁ ଶୀତଦିନେ ଶୁଖିଲା ଚର୍ମ ଏବଂ ଶୁଖିଲା ଓଠରେ ସମସ୍ୟା ଦେଖାଯାଏ । ତେବେ ଆସନ୍ତୁ ଜାଣିବା ଏହି ସମୟରେ ଓଠକୁ ସୁନ୍ଦର ଏବଂ ନରମ କରିବା ପାଇଁ କଣ କରିବା ଉଚିତ୍ ।

ଓଠରେ ସବୁବେଳେ ଲିପଷ୍ଟିକ ବ୍ୟବହାର କରିବା ସ୍ୟାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କାରଣ ଏଥିରେ ବହୁତ କେମିକାଲ ରହିଥାଏ । ତେବେ ଶୋଇବା ପୂର୍ବରୁ ଓଠରେ କିଛି ଗୁଆ ଘିଅ ମାଲିସ କରି ଶୁଅନ୍ତୁ ଏବଂ ସକାଳେ ଓଠକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ ଓଠକୁ ନରମ ରଖିବ । ସବୁଦିନ ଗୁଆ ଘିଅ ମାରିଲେ ଧୀରେ ଧୀରେ ଆପଣଙ୍କ ଓଠ ଲାଲ ହୋଇଯିବ । ଆପଣଙ୍କ ଚର୍ମ ପରି, ଆପଣଙ୍କ ଓଠରେ ମଧ୍ୟ ଆର୍ଦ୍ରତା ଆବଶ୍ୟକ ହୋଇଥାଏ । କାରଣ ଶୀତଦିନେ ଓଠ ଫାଟିବା ସହ କେତେକଙ୍କ ଓଠ ଫାଟି ରକ୍ତ ମଧ୍ୟ ବାହାରି ଥାଏ । ତେଣୁ ପ୍ରଚୁର ପରିମାଣରେ ଜଳ, ଫଳ ଏବଂ ପନିପରିବା ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ । ଘର ବାହାରକୁ ଯିବାବେଳେ ତେଲିଆ ଲିପ୍ ଗାର୍ଡ ବ୍ୟବହାର କରନ୍ତୁ । ଖାସ୍‌ କରି ଶୀତଦିନେ ଓଠର ଦେଖାଶୁଣା ପାଇଁ ଆପଣ ହଳଦୀ ଲିପ୍‌ ବାମ୍‌ ଏବଂ ହଳଦୀ ସ୍କ୍ରବ୍‌ ବ୍ୟବହାର କରିପାରିବେ । ଅଧିକ ଶୁଷ୍କ ଚର୍ମ ଏବଂ ଓଠ ପାଇଁ ଗ୍ଲିସେରିନ୍ ଏକ ଘରୋଇ ଔଷଧ ଭାବରେ ମଧ୍ୟ ଉପଯୁକ୍ତ । ଏହାକୁ ଓଠରେ ଲଗାନ୍ତୁ । ଯଦି ଆପଣଙ୍କର ଶୁଖିଲା ଓଠ ଅଛି, ତେବେ ମ୍ୟାଟ୍ ଲିପଷ୍ଟିକ୍ (lipstick) ପ୍ରୟୋଗ କରିବା ପରିବର୍ତ୍ତେ, କ୍ରିମ୍ ଯୁକ୍ତ ଲିପଷ୍ଟିକ୍ ବ୍ୟବହାର କରନ୍ତୁ ।

 

Leave A Reply

Your email address will not be published.