Latest Odisha News

BREAKING NEWS

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା: ଆଜି ଦ୍ଵିତୀୟ ଦିନରେ ରଙ୍ଗମହଲ ଉଦଘାଟନ କରିବେ ମହାରାଜ କଂସ

ବରଗଡ: ଆରମ୍ଭ ହୋଇଯାଇଛି ୭୬ ତମ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସଙ୍କ ରାଜୁତି । ଉଦଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ ବସୁଦେବଙ୍କ ବିବାହ ହୋଇଯାଇଥିବା ବେଳେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି ମହାପ୍ରତାପି କଂସାସୁର ।

ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚ କୁହାଯାଉଥିବା ବରଗଡ଼ ଧନୁଯାତ୍ରର ପ୍ରଥମ ଦିବସରେ ମଥୁରାର ମହାରାଜ ଉଗ୍ରସେନ ଝିଅ ଦେବକୀ ର ବିବହା ପାଇଁ ଏକ ସୁଯୋଗ୍ୟ ବରପାତ୍ର ଭାବେ ବସୁଦେବଙ୍କ ପ୍ରସ୍ତାବ ପାଇଛନ୍ତି । ଅବିଳମ୍ବେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି ଉଗ୍ରସେନ୍ ଏହାପେରେ ରାଜକୀୟ ଆଡ଼ମ୍ବର ସହ ଦେବକୀ ଓ ବସୁଦେବଙ୍କ ବିବାହ ଆୟୋଜିତ କରାଯାଇଛି ସ୍ଥାନୀୟ ତଲିପଡ଼ା ସ୍ଥିତ ରାମଜୀ ମନ୍ଦିର ଠାରେ । ତେବେ ଦେବକୀ ବସୁଦେବ ଙ୍କ ବିବାହକୁ ନେଇ ସାରା ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରିଆସିଛନ୍ତି ମହାରାଜ କଂସ, ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇ ଥିବାରୁ ଦୁଖଃତ ହୋଇପଡ଼ିଛନ୍ତି କଂସ । ତାପରେ ମଧ୍ୟ ଭଉଣୀ ଦେବକୀଙ୍କୁ ଶାଶୁଘରେ ଛାଡ଼ିଦେବା ପାଇଁ ଆନନ୍ଦର ସହ ବାହାରି ଥିବା ବେଳେ ଠିକ୍ ଏତିକି ବେଳେ ଶୁଭିଛି ଦୈବବାଣୀ, ” ରେ କଂସ ଦେବକୀ ଙ୍କ ଅଷ୍ଟମ ଗର୍ଭ ସନ୍ତାନ ହେବ ତୋର ମୃତ୍ୟୁର କାରଣ ” । ଦୈବବାଣୀ ଶୁଣି ଅତ୍ୟନ୍ତ କ୍ରୋଧିତ ହୋଇପଡ଼ିଛନ୍ତି ଯୁବରାଜ କଂସ । କ୍ରୋଧ ରେ ସେ ଦେବକୀ , ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଦେଇଥିବା ବେଳେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ଆହୋରଣ କରିଛନ୍ତି ମଥୁରା ନଗରୀ ର ରାଜସିଂହାସନ ଏବଂ ଉଗ୍ରସେନଙ୍କୁ କରିଛନ୍ତି ରାଜ କଟୁଆଳ । କଂସଙ୍କ ରାଜଭିଷେକ ପରେ ମନ୍ତ୍ରୀ ପରିଷଦ ଉଲ୍ଲସୀତ ହୋଇପଡ଼ିଥିବା ବେଳେ ସମସ୍ତଙ୍କ ମନରଂଜନ ପାଇଁ ଆୟୋଜନ କରାଯାଇଛି ନୃତ୍ୟଗୀତ କାର୍ଯ୍ୟକ୍ରମ ।

ଦ୍ୱିତୀୟ ଦିନରେ ମଥୁରାବାସୀଙ୍କ ମନୋରଞ୍ଜନ ସକାଶେ ରଙ୍ଗମହଲର ଉଦଘାଟନ କରିବେ ମହାରାଜ କଂସ । ଏବଂ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ ଙ୍କ ଜନ୍ମ ସହ କଂସଙ୍କ ଭୟରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା, ଉଗ୍ରସେନ ସହ ଭେଟ ଓ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହେବ ।

Leave A Reply

Your email address will not be published.