Latest Odisha News

ରାଜଧାନୀ ଉପକଣ୍ଠରେ କୃଷକ ମେଳି

ଭୁବନେଶ୍ୱର: ପୁଣି ମେଳି ବାନ୍ଧିଲେ ଚାଷୀ । ଦାନା ବାନ୍ଧିଲା ଆନ୍ଦୋଳନ । ଆଜି ହଜାର ହଜାର କୃଷକ ରାଜଧାନୀ ଆଡ଼କୁ ଆନ୍ଦୋଳନ ପାଇଁ ଅଗ୍ରସର ହେଉଥିବା ବେଳେ ରାଜଧାନୀ ଉପକଣ୍ଠରେ ଅଟକାଇଛି ପୋଲିସ । ବାଲିଅନ୍ତା ସାପ୍ତାହିକ ହାଟରେ ନବନିର୍ମାଣ କୃଷକ ସଂଗଠନର ରାଲିକୁ ପୋଲିସ ଅଟକାଇଥିଲା ।

ଫାଉଡ଼ା, ଗଇଁତି ହାତରେ ଧରି ହକ୍ ମାଗି ପ୍ରତିବାଦ କରିଥିଲେ ଚାଷୀ । ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି କରି ନବନିର୍ମାଣ କୃଷକ ସଂଗଠନ ଦୀର୍ଘ ଦିନ ହେଲା ଆନ୍ଦୋଳନ କରି ଆସୁଛି । ବଜେଟରେ ଚାଷୀଙ୍କୁ ମାସିକ ୫ ହଜାର ଟଙ୍କା ଭତ୍ତା ଦେବାକୁ ବ୍ୟୟ ବରାଦ ପାଇଁ ସଂଗଠନ ଦାବି କରିଛି ।

୨୦୧୮ରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟବ୍ୟାପୀ ପ୍ରତିବାଦ ପରେ ସରକାର ନୋଟିଫିକେସନ୍ ଜାରି କରିଥିଲେ ବି କଥା ରଖି ନଥିବା କହିଛନ୍ତି ଆନ୍ଦୋଳନକାରୀ । ଏବେ ପୁଣି ଥରେ ଚାଷୀଙ୍କ ହକକୁ ନେଇ ଆନ୍ଦୋଳନ ଦାନା ବାନ୍ଧୁଥିବା ବେଳେ ପୋଲିସ ରାଜଧାନୀ ଉପକଣ୍ଠରେ ଅଟକାଇ ଦେଇଛି ।

Leave A Reply

Your email address will not be published.