Latest Odisha News

BREAKING NEWS

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ: ସ୍ୱାମୀ ଫେରାର, ପୋଲିସର ତଦନ୍ତ ଜାରି

ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗ ଫାଣ୍ଡି ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣ ଓ ତାଙ୍କ ପତ୍ନୀ କନକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ପୂର୍ଣ୍ଣ ଏକ କୋଦାଳରେ କନକଙ୍କୁ ହାଣି ଦେଇଥିଲେ। ଘଟଣାସ୍ଥଳରେ କନକଙ୍କର ମୃତ୍ୟୁ ଘଟିଥିଲା। ପତ୍ନୀଙ୍କୁ ମାରି ଦେବା ପରେ ପୂର୍ଣ୍ଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।  ଗତକାଲି ରାତିରେ ଏହି ଘଟଣା ହୋଇଥିବା ବେଳେ ହତ୍ୟାକାରୀର ବାପା ରତ୍ନାକର ପ୍ରଧାନ ଆଜି ଏନେଇ ପୋଲିସକୁ ଖବର ଦେଥିଲେ। ଜହ୍ନାପଙ୍କ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.