Latest Odisha News

BREAKING NEWS

ବାହାନଗା ଟ୍ରେନ ଟ୍ରାଜେଡ଼ି: ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍

ଭୁବନେଶ୍ୱର: ବାହାନାଗା ଟ୍ରେନ ଟ୍ରାଜେଡ଼ି ମାମଲା । ଚନ୍ଦକା ଥାନାରେ ଚହଞ୍ଚିଲେ ସିବିଆଇର ୫ ଜଣିଆ ଟିମ । ଗିରଫ ୩ ଅଭିଯୁକ୍ତଙ୍କୁ ହେବ ପଚରାଉଚରା । ଏହା ବ୍ୟତୀତ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତ ଜୁନ୍‌-୨ ତାରିଖରେ ବାହାନଗାରେ ହୋଇଥିବା ବଡ଼ ଟ୍ରେନ୍‌ ଦୁର୍ଘଟଣାକୁ ନେଇ CBI ଆହୁରି ପ୍ରମାଣ ଯୋଗାଡ଼ କରୁଛି । ଜାଣିଶୁଣି ଅପରାଧ ଘଟାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗତକାଲି ଆଇପିସି ଧାରା ୩୦୪ ଓ ୨୦୧ରେ ସିବିଆଇ ୩ ଜଣଙ୍କୁ ଗିରଫ କରିଥିଲା । ଭାରତୀୟ ରେଳବାଇର ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ଟେକ୍ନିସିଆନ୍ ପପୁ କୁମାର, ସିନିୟର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହନ୍ତଙ୍କୁ ସିବିଆଇ ଗିରଫ କରିଛି । ଆଜି ୩ଜଣ ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିପାଇଁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । ୧୧ ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବ ସିବିଆଇ ।

୩ ଅଭିଯୁକ୍ତଙ୍କୁ ଚନ୍ଦକା ଥାନାରେ ରଖି ପଚରା ଉଚରା କରାଯାଉଛି । ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇପିସି ଧାରା ୩୦୪, ୨୦୧ ଏବଂ ୧୫୩ ରେଲୱେ ଆକ୍ଟ ଲାଗିଛି । ଆଇପିସି ଧାରା ୩୦୪ ହତ୍ୟା ଉଦ୍ଦେଶ୍ୟ ନଥାଇ କାର୍ଯ୍ୟରେ ଅବହେଳା ଯୋଗୁଁ ଜୀବନ ଯିବା, ଆଇପିସି ଧାରା ୨୦୧- ପ୍ରମାଣ ଲୁଚାଇବା । ତେଣୁ ଏହି ଦୁଇଟି ଦଫାକୁ ସାବ୍ୟସ୍ତ କରିବା ପାଇଁ ଏବେ ସିବିଆଇ ଅଭିଯୁକ୍ତଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିବ ।

Leave A Reply

Your email address will not be published.