Latest Odisha News

BREAKING NEWS

ଚଳନ୍ତା କାର ଉପରେ ପ୍ରେମୀଯୁଗଳଙ୍କ ଖୁଲମଖୁଲା ରୋମାନ୍ସ

ହାଇଦ୍ରାବାଦ: ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅଜବ ଭିଡିଓ ଦେଖିବାକୁ ମିଳୁଛି । ଯାହା ଦେଖିଲେ ବି ବିଶ୍ୱାସ କରିବା ସମ୍ଭବ ହୁଏ ନାହିଁ । ଏହା ଆଶ୍ଚର୍ଯ୍ୟ କରିଦେଲା ଭଳି ମନେହୁଏ । ତେବେ ହାଇଦ୍ରାବାଦରେ ଏକ ଚଳନ୍ତା କାର ଉପରେ ପ୍ରେମୀଯୁଗଳ ରୋମାନ୍ସ କରୁଥିବା ନଜର ଆସିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

BjdElectrycity

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ପ୍ରେମୀ ଯୁଗଳ ଚଳନ୍ତା କାର ଉପରେ ବସିଛନ୍ତି । ପରେ ପରସ୍ପର ଆଲିଙ୍ଗନ କରି ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି । ଏପରି ଆଚରଣ ଦେଖି ସେହି ବାଟ ଦେଇ ଯାଉଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହି ରାସ୍ତାରେ ଯାଉଥିବା ଜଣେ ଯୁବତୀ ଏହି ଭିଡ଼ିଓକୁ ରେକର୍ଡ଼ କରି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । କ୍ୟାପଶନରେ ହାଇଦ୍ରାବାଦ ପୋଲିସକୁ ଟ୍ୟାଗ କରି ସେ ଲେଖିଛନ୍ତି – ଅସୁରକ୍ଷିତ ଗାଡ଼ି ଚଳାଇବା ଏବଂ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ପାଇଁ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା କରୁଛି ।

Leave A Reply

Your email address will not be published.