Latest Odisha News

BREAKING NEWS

ଆଇପିଏଲ: ସର୍ବାଧିକ ଦଳଗତ ସ୍କୋରରେ ନିଜ ରେକର୍ଡ ଭାଙ୍ଗିଲା ହାଇଦ୍ରାବାଦ

ବେଙ୍ଗାଲୁର: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲେୁର ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରେକର୍ଡ ସ୍କୋର କରିଛି । ବେଙ୍ଗାଲୁର ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୩ ୱିକେଟ ବିନିମୟରେ ୨୮୭ ରନ ସଂଗ୍ରହ କରିଛି । ଏଥିସହ ହାଇଦ୍ରାବାଦ ନିଜ ରେକର୍ଡ ନିଜେ ଭାଙ୍ଗିଛି । ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହାଇଦ୍ରାବାଦ ୨୭୭ ରନ କରିଥିଲା । ଟି୨୦ କ୍ରିକେଟରେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର । ମଙ୍ଗୋଲିଆ ବିପକ୍ଷରେ ନେପାଳ ୩ ୱିକେଟ ବିନିମୟରେ ୩୧୪ ରନ କରି ଏବେ ବି ଶୀର୍ଷରେ ରହିଛି । ଆଇପିଏଲରେ ଏହା ପଛକୁ କୋଲକାତା ନାଇଟ ରାଇଡର୍ସ (୨୭୨), ଆରସିବି(୨୬୩), ଲକ୍ଷ୍ନୌ ସୁପର ଜ୍ୟାଂଟଦ(୨୫୭), ଆରସିବି( ୨୪୮) ଓ ଚେନ୍ନାଇ ସୁପର କିଙ୍ଗସ ୨୪୬ ରନ କରିଛନ୍ତି ।

ଟ୍ରେଭିସ ହେଡ ୪୧ ବଲରେ ୧୦୨ ରନର ବିସ୍ଫୋରକ ଇନିଂସ ଖେଳିବା ଯୋଗୁ ଦଳ ବଡ ସ୍କୋର କରିପାରିଥିଲା । ଅନ୍ୟମାନଙ୍କ ମଧ୍ୟରେ ହେନରିକ କ୍ଲାସେନ ୩୧ ବଲରୁ ୬୭, ଆଇଡେନ ମାର୍କରାମ ୧୭ ବଲରୁ ୩୨ ଓ ଅବଦୁଲ ସମଦ ୧୦ ବଲରୁ ୩୭ ରନ କରିଥିଲେ । ଲକି ଫର୍ଗୁଶନ ଆରସିବି ପକ୍ଷରୁ ସର୍ବାଧିକ ୨ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.