Latest Odisha News

BREAKING NEWS

ମେ’ ୧୫ରୁ ଝାରସୁଗୁଡ଼ା-ନୂଆଦିଲ୍ଲୀ ଦୈନିକ ବିମାନ ସେବା ଯୋଗାଇବ ଇଣ୍ଡିଗୋ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀକୁ ଦୈନିକ ସିଧାସଳଖ ବିମାନ ଚଳାଚଳ ସେବା ଯୋଗାଇବ ଇଣ୍ଡିଗୋ।ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଇଣ୍ଡିଗୋ କହିଛି ଯେ ଓଡ଼ିଶାର ଶିଳ୍ପ କେନ୍ଦ୍ର ଝାରସୁଗୁଡ଼ାରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ନିୟମିତ ଯାତ୍ରୀଙ୍କ ସୁବିଧା ପାଇଁ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ଇଣ୍ଡିଗୋର ଫାଇଟ୍ ନମ୍ବର ୬ଇ ୨୨୭୪ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସନ୍ଧ୍ୟା ୫ଟା ୪୦ରେ ଉଡ଼ାଣ ଭରି ସନ୍ଧ୍ୟା ୭ଟା ୪୦ରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବ।

ସେହିପରି ପ୍ରତ୍ୟାବର୍ତ୍ତନ ଦିଗରେ ଏୟାରଲାଇନ୍ସର ବିମାନ ନମ୍ବର ୬ଇ ୦୪୫୮ ପ୍ରତିଦିନ ଅପରାହ୍ନ ୩ଟା ୨୦ରେ ଦିଲ୍ଲୀ ବିମାନବନ୍ଦରରୁ ଉଡ଼ାଣ ଭରି ଅପରାହ୍ନ ୫ଟା ୧୦ରେ ଝାରସୁଗୁଡ଼ାରେ ଅବତରଣ କରିବ। ମେ’ ୧୫ ତାରିଖରୁ ଉଭୟ ବିମାନ ଚଳାଚଳ ଆରମ୍ଭ କରିବ।

ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ସିଧାସଳଖ ଯୋଗାଯୋଗ ଘୋଷଣା କରି ଇଣ୍ଡିଗୋ ବିମାନ କମ୍ପାନୀ ଆନନ୍ଦିତ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରିଛି। ଝାରସୁଗୁଡ଼ାରେ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି ଏବଂ ଏହି ନୂଆ ବିମାନ ଚଳାଚଳ ଏହି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଇଣ୍ଡିଗୋର ଗ୍ଲୋବାଲ ସେଲ୍ସ ମୁଖ୍ୟ ବିନୟ ମୋଲହୋତ୍ରା କହିଛନ୍ତି।

ଏହାବ୍ୟତୀତ ଆନ୍ତଃରାଜ୍ୟ ଯୋଗାଯୋଗ ଏବଂ ଆଞ୍ଚଳିକ ଉପଲବ୍ଧତାକୁ ପ୍ରୋତ୍ସାହିତ କରିବା ସହିତ ଏହି ବିମାନଗୁଡ଼ିକ ଏୟାରଲାଇନ୍ସର ବିଶାଳ ନେଟୱାର୍କ ମାଧ୍ୟମରେ ଅନେକ ଘରୋଇ ଏବଂ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳରେ ପ୍ରବେଶ ଦ୍ୱାର ଭାବରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.