Latest Odisha News

BREAKING NEWS

କଂଗ୍ରେସରୁ ଇସ୍ତଫା ଦେଲେ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ

ଯାଜପୁର: ଭାରତୀୟ ଜାତୀୟ କଂଗ୍ରେସର ଜଣେ ଟାଣୁଆ ସଂଗଠକ ତଥା ଯାଜପୁର ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କୁ ଏ ନେଇ ବଳଭଦ୍ର ଦାସ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।

ସେଥିରେ ଉଲ୍ଲେଖ କରିଛନ୍ତି ଯେ ବିଗତ ୧୫ବର୍ଷ ଧରି ସେ ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିଆସୁଥିଲେ। ଦଳର ଭଲ ମନ୍ଦ ଏବଂ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ କଂଗ୍ରେସ ପାଇଁ କାମ କରି ଆସୁଥିଲେ। କିନ୍ତୁ ଦଳୀୟ ଟିକେଟ ବଣ୍ଟନରେ ବାରମ୍ବାର ତାଙ୍କୁ ପ୍ରତାରଣା କରାଯାଇଥିବାରୁ ଏଥିରେ ସେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏଥିସହିତ କଂଗ୍ରେସ ଏବେ ନୀତି ଆଦର୍ଶରୁ ବିଚ୍ୟୁତ ହୋଇଛି ବୋଲି ସେ କହିଛନ୍ତି । ଦାସଙ୍କ ସହିତ ଯାଜପୁର ନଗର କଂଗ୍ରେସ ଉପସଭାପତି ନିକୁଞ୍ଜ ବିହାରୀ ସାମଲ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତଥାଗତ ନାୟକ, ଜିଲ୍ଲା ସମ୍ପାଦକ ଭରତ ଚନ୍ଦ୍ର ବେହେରା, ଜିଲ୍ଲା ଦଳିତ ସେଲ ଉପାଧ୍ୟକ୍ଷ ଅଜୟ ସେଠୀ, ଛାତ୍ର କଂଗେସ ଜିଲ୍ଲା ସମ୍ପାଦକ କୁମାର ଆଶୁତୋଷ, ନଗର ମହିଳା କଂଗ୍ରେସ ସଭାନେତ୍ରୀ ରୀନା ସିଂ ପ୍ରମୁଖ ଶତାଧିକ କର୍ମୀ ମଧ୍ୟ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

 

Leave A Reply

Your email address will not be published.