Latest Odisha News

BREAKING NEWS

ସୁନ୍ଦରଗଡରେ ବଡ ଧରଣର IT ରେଡ୍, କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ଘରେ ରେଡ

ସୁନ୍ଦରଗଡ: ଆୟକର ବିଭାଗର ବଡ଼ ଧରଣର ଚଢ଼ଉ । ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇଲା ପରିବହନ ସାଇଟ୍‍, ଛତିଶଗଡରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଣ୍ଟ ଫ୍ୟାକ୍ଟ୍ରୀ ଏବଂ ଘର, ରାୟପୁରରେ ଥିବା ଘର, ଅଫିସ ଏବଂ ବିଳାସପୁରରେ ଥିବା ହୋଟେଲରେ ଚଢାଉ କରିଛି ଆୟକର ବିଭାଗ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ ଫୋର୍ସ ସାମିଲ ହୋଇଛନ୍ତି ।

ସୂଚନା ଅନୁସାରେ, ଗତକାଲିଠାରୁ ଆୟକର ବିଭାଗର ରେଡ୍ ଚାଲିଥିବା ବେଳେ ଆଜି ଦ୍ବିତୀୟ ଦିନରେ ବି ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଶହେରୁ ଅଧିକ ଅଧିକାରୀ ଯାଞ୍ଚ ଚଳାଇଛନ୍ତି । ଯାଞ୍ଚ ବେଳେ ଟିମ୍ ହାତରେ ବହୁ ମୂଲ୍ୟବାନ ଦସ୍ତାବିଜ ଓ ନଗଦ ଟଙ୍କା ଲାଗିଥିବା କୁହାଯାଉଛି। ସୁନ୍ଦରଗଡ଼ ଓ ଛତିଶଗଡ଼ରେ ଘନଶ୍ୟାମଙ୍କ କୋଇଲା ବ୍ୟବସାୟ ରହିଛି । ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି । ଏହାସହ ଘନଶ୍ୟାମଙ୍କ ଗୋପାଳପୁରରେ ଥିବା ଦୁଇମହଲା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ସୋ’ରୁମ, ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରିରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ । ଚଢ଼ାଉ ପରେ ଘନଶ୍ୟାମଙ୍କୁ ସବୁ ସ୍ଥାନକୁ ସିଲ୍ କରାଯାଇଛି । ଏହାସହ ସମସ୍ତ କର୍ମଚାରୀ ଓ ମାଲିକମାନଙ୍କୁ ଅଟକ ରଖିଛି ଆୟକର ବିଭାଗ ।

ସୂଚନାଯୋଗ୍ୟ ଯେ, ଗତକାଲି ସକାଳୁ କେନ୍ଦ୍ରୀୟ ସୁରକ୍ଷା ବଳ ସହ ରାଉରକେଲା, ସମ୍ବଲପୁର, ଭୁବନେଶ୍ବର, ଛତିଶଗଡ଼ ଓ ମହାରାଷ୍ଟ୍ରର ୧୦ ଜଣିଆ ଟିମ୍ ବଣ୍ଟି ଡାଲମିଆଙ୍କ ଗୋପାଳପୁରରେ ଥିବା ତାଙ୍କ ଦୁଇ ମହଲା କୋଠା, କାର୍ଯ୍ୟାଳୟ, ବିଲେଇମୁଣ୍ଡାର ଘର, ସୋରୁମ, ସ୍ପଞ୍ଜ ଆଇରନ ଫାକ୍ଟ୍ରି, କାର୍ଯ୍ୟାଳୟ, ଏମସିଏଲ୍ କୋଇଲା ପରିବହନ ସାଇଟ୍, ଛତିଶଗଡ଼ ରାୟଗଡ଼ର ଆଇରନ, ଷ୍ଟିଲ ଓ ପାୱାର ପ୍ଲାଣ୍ଟ ଫାକ୍ଟ୍ରି, ଘର, ରାୟପୁର ଘର , କାର୍ଯ୍ୟାଳୟ, ବିଳାସପୁର ହୋଟେଲ ସହ ତାଙ୍କ ବଡ଼ ଭାଇ ବାବୁଲୁ ଡାଲମିଆଙ୍କ ରାଉରକେଲା ସିଭିଲଟାଉନସିପସ୍ଥିତ ଘର, ବରପାଲି ସ୍ଥିତ ଫାକ୍ଟ୍ରିରେ ଚଢ଼ାଉ କରିଥିଲା।

 

Leave A Reply

Your email address will not be published.