Latest Odisha News

BREAKING NEWS

ପଞ୍ଚମ ଦିନରେ ଚାଲିଛି ଆୟକର ବିଭାଗର ରେଡ, ବଲାଙ୍ଗିରରୁ ମିଳିଲା କେବଳ ୧୭୦କୋଟି

ବଲାଙ୍ଗୀର: ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିକି ଖୋଲି ଚାଲିଛି କଳାଟଙ୍କାର ଗୁମର । ଆଜି ପଞ୍ଚମ ଦିନରେ ଚାଲିଛି ଆୟକର ବିଭାଗର ରେଡ । ସେପଟେ ମଦ ସାମ୍ରାଜ୍ୟର କଳାଟଙ୍କା ମିଳିବା ପରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ଅଡୁଆ ବି ବଢିବାରେ ଲାଗିଛି ।

ବଲାଙ୍ଗୀର ସୁଦପଡ଼ା ମଦଭାଟିରେ ଆଇଟି ରେଡ ପରେ ଚାଲିଥିବା ଟଙ୍କା ଗଣା ଶେଷ ହୋଇଛି । ତିନି ଦିନ ପରେ ଦୀର୍ଘ ନିଶ୍ୱାସ ନେଇଛନ୍ତି ବ୍ୟାଙ୍କ କର୍ମଚାରୀ । ତୃତୀୟ ଦିନରେ ଟଙ୍କାର ପାହାଡ଼କୁ ଗଣି ଶେଷ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ମୋଟ ୧୭୦ କୋଟି ଟଙ୍କା ଗଣତି ସରିଛି । ଗତକାଲି ତୃତୀୟ ଦିନରେ ବ୍ୟାଙ୍କ କର୍ମଚାରୀ ୧୨୪ କୋଟି ଟଙ୍କା ଗଣିଥିଲେ । ୧୦୬ ଟି ବ୍ୟାଗରୁ ଏହି ଟଙ୍କା ଗଣା ଯାଇଥିଲା । ଏହା ପୂର୍ବରୁ ଶୁକ୍ରବାର ୪୬ କୋଟି ଟଙ୍କା ଗଣା ହୋଇଥିଲା । ଏତେ ଟଙ୍କା ଗଣିବାକୁ ବ୍ୟାଙ୍କ କର୍ମଚାରୀଙ୍କୁ ୬୦ ଘଣ୍ଟା ସମୟ ଲାଗିଥିଲା । ଏପରିକି ଟଙ୍କା ଗଣିବାକୁ ମଧ୍ୟ ମେସିନ କମ୍ ପଡ଼ିଯାଇଥିଲା । ବିଭିନ୍ନ ବ୍ୟାଙ୍କରୁ ମେସିନ ମଗାଯାଇ ଟଙ୍କା ଗଣାଯାଇଥିଲା ।

ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଧୀରଜ ସାହୁଙ୍କର ୧୦ଟି ଠିକଣାରେ ଚଢାଉ କରିଛି ଆୟକର ବିଭାଗର ୪୦ ଜଣିଆ ଟିମ୍ । ଓଡ଼ିଶାର ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର ଓ ରାୟଗଡ଼ାରେ ଚାଲିଛି ରେଡ୍ । ଝାଡ଼ଖଣ୍ଡର ରାଞ୍ଚି ଓ ଲୋହରଦଗା ଏବଂ ପଶ୍ଚିମବଙ୍ଗର କୋଲକାତାରେ ମଧ୍ୟ ଚଢ଼ାଉ ହୋଇଛି । ବର୍ତ୍ତମାନ ସୁଦ୍ଧା ଜବତ ଟଙ୍କା ପରିମାଣ ୩୦୦ କୋଟି ଡେଇଁଲାଣି ।

Leave A Reply

Your email address will not be published.