Latest Odisha News

BREAKING NEWS

୧ ଲକ୍ଷ ୩୦ ହଜାର କୋଟିରେ ୧୧୪ ଲଢ଼ୁଆ ବିମାନ କିଣିବ ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ: ଭାରତର ଦୁଇ ପଡୋଶୀ ପାକିସ୍ତାନ ଏବଂ ଚୀନ ସର୍ବଦା ଶତ୍ରୁ ଆଚରଣ କରୁଥିବାରୁ ଏଥିନେଇ କେନ୍ଦ୍ର ସରକାର ସୀମାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରୁଛନ୍ତି । ୧ ଲକ୍ଷ ୩୦ ହଜାର କୋଟି ବ୍ୟୟରେ ଭାରତୀୟ ବାୟୁସେନା ୧୧୪ଟି ଲଢ଼ୁଆ ବିମାନ କିଣିବା ପାଇଁ ନିଷ୍ପତି ନେଇଛି । ଏଥିନେଇ ଖୁବ୍ ଶୀଘ୍ର ଟେଣ୍ଡର ଡକାଯିବ । ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ଏସବୁ ବିମାନଗୁଡିକ ନିର୍ମାଣ କରାଯିବ ।

ନିକଟରେ ସରକାର ଫ୍ରାନ୍ସରୁ ୩୬ ରାଫେଲ ବିମାନ କିଣିବା ନେଇ ଚୁକ୍ତି କରିଛନ୍ତି । ଏ ସବୁ ସତ୍ୱେ ଭାରତ ନିକଟରେ ୭ ସ୍କ୍ୱାର୍ଡନ ଲଢ଼ୁଆ ବିମାନର ଅଭାବ ରହିଛି । ଏଗୁଡିକ ଅଭାବ ପୂରଣ କରିବା ପାଇଁ ଭାରତ ପ୍ରସ୍ତୁତି ଚଳାଉଛି ।

Leave A Reply

Your email address will not be published.