Latest Odisha News

BREAKING NEWS

ଅନୁଗୁଳ ବନ୍ତଳାରେ ଯୁବକଙ୍କୁ ଗଳା କାଟି ହତ୍ୟା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକଙ୍କ ବେକରେ ଦାଗ ରହିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି । ମୃତକ ବନ୍ତଳା ବଜାରର କାଶୀନାଥ ବେହେରା ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଗତକାଲି ରାତିରେ କାଶୀନାଥ ପରିସ୍ରା କରିବାକୁ କହି ଘର ବାହାରକୁ ଆସିଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ଆଉ ପରିବାର ଲୋକେ ଆଜି ସକାଳେ ଖୋଜାଖୋଜି କରିବା ପରେ ଚଣା କ୍ଷେତରୁ କାଶୀନାଥଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି । ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ସହାୟତାରେ ପୋଲିସ ତଦନ୍ତ ଜାରିରଖିଛି । କାଶୀନାଥଙ୍କୁ କିଏ ଓ କାହିଁକି ହତ୍ୟା କରିଛି, ତାର କାରଣ ଜଣାପଡିନାହିଁ ।

Leave A Reply

Your email address will not be published.