Latest Odisha News

ନକଲି ତେଲ ପରେ ନକଲି ଅଟା ଓ ହଳଦୀ ଜବତ, ଜଣେ ଗିରଫ

ଅନୁଗୁଳ : ଅନୁଗୁଳରୁ ପୁଣି ସାମଗ୍ରୀ ଜବତ । ପାମେଲିନ୍ ତେଲ କାରଖାନା ପରେ ଏବେ ନକଲି ଅଟା ଓ ହଳଦୀ ଜବତ କରିଛି ପୋଲିସ । ଘଟଣାରେ ମାଲିକ ପ୍ରେମାନନ୍ଦ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ଅନୁସାରେ, ତଳମୂଳ ଗାଁର ପ୍ରେମାନନ୍ଦ ସାହୁ ଜଣେ ବ୍ୟକ୍ତିଙ୍କ ଘରେ ଅଟା ଓ ହଳଦୀ ପ୍ରସ୍ତୁତ କରିବା ସହ ପ୍ୟାକେଟ କରି ବିକ୍ରି କରୁଥିଲା । ପୋଲିସ ଗତ ଜାନୁଆରୀ ୧୭ ତାରିଖରେ ଚଢ଼ାଉ କରିଥିଲା । ଏଥିସହ ଅଟା ଓ ହଳଦୀର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା । ୨୯ ତାରିଖରେ ନମୂନା ପାଇଁ ପଠାଯାଇଥିବା ଅଟା ଓ ହଳଦୀ ଖାଦ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡିଥିଲା । ଏହାକୁ ଆଧାର କରି ବଅଁରପାଳ ପୋଲିସ ପ୍ରେମାନନ୍ଦ ସାହୁଙ୍କ ମିଲ ଉପରେ ଚଢାଉ କରି ନକଲି ଅଟା ଓ ହଳଦୀ ସହ ମେସିନ ଜବତ କରିଥିଲା ।

ପ୍ରେମାନନ୍ଦ ସାହୁ ବେଆଇନ ଭାବେ ଏହି ଅଟା ଓ ହଳଦୀ ପ୍ରସ୍ତୁତ କରିବା ସହ ବଜାରରେ ବିକ୍ରି କରୁଥିଲେ । ଘଟଣା ପରେ ପ୍ରେମାନନ୍ଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ଅନୁଗୁଳର ପଞ୍ଚମହଲା ନିକଟରୁ ନକଲି ପାମୋଲିନ ତେଲ କାରଖାନା ଠାବ ହୋଇଥିଲା ।

Leave A Reply

Your email address will not be published.