Latest Odisha News

BREAKING NEWS

ଫେରୁଛନ୍ତି ଅଭିନନ୍ଦନ, ୱାଘା ବର୍ଡ଼ରରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଦ୍ୱାରା କବଳିତ ହୋଇଥିବା ଭାରତୀୟ ବାୟୁସେନା ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନ ଭାରତ ଫେରୁଛନ୍ତି ।


ଏହି ପରିପ୍ରେକ୍ଷୀରେ ସମଗ୍ର ଉତ୍ତର ଭାରତ ସମ୍ବେଦନଶୀଳ ରହିଥିବାରୁ ହାଇ ଆଲର୍ଟ ଜାରି ହୋଇଛି । ପାକିସ୍ତାନ ଓ ଭାରତ ସୀମା ସମେତ ୱାଘା ବର୍ଡ଼ରରେ ଭାରତୀୟ ସେନା ସଜାଗ ରହିଛନ୍ତି ।

କୌଣସି ବି ପରିସ୍ଥିତିକୁ ସାମ୍ନା କରିବାକୁ ସମ୍ପୂର୍ଣ୍ଣ ଭାବେ ଭାରତୀୟ ପ୍ରତିରକ୍ଷା ବିଭାଗ ପ୍ରସ୍ତୁତ । ପାକିସ୍ତାନ ସୀମନ୍ତ ରାଜ୍ୟ ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ଜମ୍ମୁ ଓ କାଶ୍ମୀର ତଥା ହିମାଚଳ ପ୍ରଦେଶରେ ହାଇ ଆଲର୍ଟ ଜାରି ହେବା ସହିତ ବିଭିନ୍ନ ସହରରେ ସେନା ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଅଭିନନ୍ଦନ ଏବେ ଲାହୋର ବିମାନ ବନ୍ଦରରେ ପହଞ୍ଚିଲା ପରେ ଏକ କାର ଯୋଗେ ୱାଘା ବର୍ଡ଼ରକୁ ଫେରୁଛନ୍ତି । ଏହାପରେ ପାକିସ୍ତାନୀ ସେନା କର୍ତ୍ତୃପକ୍ଷ ଭାରତୀୟ ବାୟୁସେନାକୁ ଅଭିନନ୍ଦନଙ୍କୁ ହସ୍ତାନ୍ତର କରିବେ ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଦିନ ଭାରତୀୟ ବାୟୁସେନା ପାଇଲଟଙ୍କୁ ମୁକ୍ତ କରିଦେବାକୁ ଘୋଷଣା କରିବା ପରେ ଆଜି ଦିନ ୪ଟା ୩୦ ସମୟରେ ପାକିସ୍ତାନ-ଭାରତ ସୀମାରେ ଥିବା ୱାଘା-ଅଟ୍ଟାରୀ ବୋର୍ଡ଼ର ଚେକ୍ ପୋଷ୍ଟ ଦେଇ ଭାରତକୁ ଆସିବେ ଭାରତୀୟ ବୀର ଯବାନ ଅଭିନନ୍ଦନ ।

ଅଭିନନ୍ଦନଙ୍କୁ ଇସଲାମାବାଦରୁ ଏକ ସ୍ୱତନ୍ତ୍ର ପାକିସ୍ତାନୀ ବିମାନ ଯୋଗେ ଲାହୋରକୁ ଅଣାଯାଇଛି । ଲାହୋରରୁ ତାଙ୍କୁ ଗାଡ଼ିରେ ୱାଘା ସୀମାନ୍ତବର୍ତ୍ତୀ ଚେକପୋଷ୍ଟକୁ ଅଣାଯିବା ପରେ ତାଙ୍କୁ ସେଠାରେ ଆନୁଷ୍ଠାନିକ ଭାବେ ଭାରତକୁ ହସ୍ତାନ୍ତର କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଇତିମଧ୍ୟରେ ଶୁକ୍ରବାର ଦିନ ପାକିସ୍ତାନରେ ଏକ କୋର୍ଟରେ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତ ନକରିବାକୁ ଏକ କୋର୍ଟରେ ମାମଲା ଦାଏର କରାଯାଇଛି । ଏହାଫଳରେ ଅଭିନନ୍ଦନଙ୍କ ଭାରତ ଫେରିବା ନେଇ ସନ୍ଦେହ ଉପୁଜିଥିଲା । ଆନ୍ତର୍ଜାତୀକ ସମୁଦାୟର ପ୍ରବଳ ଚାପ ଆଗରେ ପାକିସ୍ତାନ ବୈଦେଶିକ ତଥା କୂଟନୀତି ହାର୍ ମାନିଥିବା ସହିତ ଭାରତୀୟ ପାଇଲଟଙ୍କୁ ମୁକ୍ତ କରିବାକୁ ଏକରକମ ବାଧ୍ୟ ହୋଇଛି ।

Leave A Reply

Your email address will not be published.