Latest Odisha News

ବିବାହ ବନ୍ଧନରେ ବାନ୍ଧିହେବେ ଅଭିନେତ୍ରୀ ଶ୍ରୀଜିତା ଦେ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଜିତା ଦେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ତାଙ୍କ ପ୍ରେମିକ ଜର୍ମାନୀର ମାଇକେଲ ବ୍ଲୋମ ପେପଙ୍କୁ ବିବାହ କରିବେ । ଆସନ୍ତା ଜୁଲାଇ ୧ ତାରିଖରେ ଉଭୟ ବିବାହ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ବିବାହ ଆଉ ମାତ୍ର ୩ ମାସ ଥିବାରୁ ସେଥିଲାଗି ପ୍ରସ୍ତୁତି ଜୋରସୋରରେ ଚଳାଇଛନ୍ତି । ଶ୍ରୀଜିତା ତାଙ୍କ ବିବାହ ଲେହେଙ୍ଗା ମଧ୍ୟ ତିଆରି କରିସାରିଲେଣି । ତାଙ୍କ ବିବାହକୁ ନେଇ ସେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ଶ୍ରୀଜିତା କହିଛନ୍ତି ଯେ, ସେ ପ୍ରଥମେ ଗୋଆରେ ବଙ୍ଗୀୟ ରୀତିନୀତି ଅନୁଯାୟୀ ବିବାହ କରିବେ । ପରେ ଜର୍ମାନ ରୀତିନୀତି ଅନୁଯାୟୀ ଜର୍ମାନୀର ହାମବର୍ଗରେ ବିବାହ କରିବେ । ବିବାହ ପରେ ହନିମୁନ୍ ପାଇଁ ମାଲଦ୍ୱୀପ ଯିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିବା କହିଛନ୍ତି ।
ଶ୍ରୀଜିତା ବିଗ୍ ବସ୍ ସିଜିନ୍ ୧୬ ରେ ପ୍ରତିଯୋଗୀ ସାଜିଥିଲେ । ବିଗ୍‌ବସ ଘରୁ ବାହାରିବା ପରେ ଶ୍ରୀଜିତା ପୁଣିଥରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ । ପରେ ତାଙ୍କ ପ୍ରେମିକ ମଧ୍ୟ ଫ୍ୟାମିଲି ସ୍ପେଶାଲ ସପ୍ତାହ ଶୋ’ର ଏକ ଅଂଶ ଭାବେ ନଜର ଆସିଥିଲେ । ଶ୍ରୀଜିତା ଏବଂ ମାଇକେଲଙ୍କ ଯୋଡିକୁ ବିଗ୍ ବସ୍‌ର ସମସ୍ତ ପରିବାର ସଦସ୍ୟ ଏବଂ ଦର୍ଶକ ପସନ୍ଦ କରିଥିଲେ ।

Leave A Reply

Your email address will not be published.