Latest Odisha News

BREAKING NEWS

ଆମେରିକାରେ ହେବ ୨୦୨୪ ଟି୨୦ ବିଶ୍ୱକପ !

ନୂଆଦିଲ୍ଲୀ: ଆମେରିକାରେ ଖୁବ ଶୀଘ୍ର କ୍ରିକେଟର ରାଜୁତି ହେବାକୁ ଯାଉଛି । ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟ ଆୟୋଜନ ଅଧିକାର ଆମେରିକାକୁ ମିଳିବ । ଆମେରିକା ଏବଂ କ୍ରିକେଟ ୱେଷ୍ଟଇଣ୍ଡିଜ ଏହାକୁ ମିଳିତ ଭାବେ ଆୟୋଜନ କରିପାରନ୍ତି । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଯାଇଛି । ୨୦୨୪ ଟି୨୦ ଏହା ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିବାରେ ସହାୟ ହେବ ବୋଲି ଆଶା କରାଯାଉଛି । ଏଥିରେ ୨୦ଟି ଟିମ ଅଂଶଗ୍ରହଣ କରିବେ ।

ଆଇସିସି ୨୦୨୪ରୁ ୨୦୩୧ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଅଳ୍ପ ଦିନରେ ଘୋଷଣା କରିବ । ଏହା ପରେ ଏଠାରେ ବିଶ୍ୱକପ ଆୟୋଜନ ହେବ ନି ନାହିଁ ତାହା ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.