Latest Odisha News

[ଭିଡିଓ] କ୍ଷୀର ଦେଲାନି ମଇଁଷି, ଗୁଣିଗାରେଡି ସନ୍ଦେହରେ ଥାନାରେ ଦ୍ୱାରସ୍ତ ହେଲେ ଚାଷୀ

ଭୁବନେଶ୍ୱର: ଜଣେ ଚାଷୀ ନିଜ ମଇଁଷିକୁ ନେଇ ଚିନ୍ତାରେ ପଡିଥିଲେ । ବାରମ୍ବାର ଚେଷ୍ଟା ସତ୍ତ୍ୱେ ମଇଁଷି କ୍ଷୀର ଦେବାକୁ ଅମଙ୍ଗ ହୋଇଥିଲା । ଘଟଣାକ୍ରମେ ମଇଁଷୀ ଉପରେ କେହି ଗୁଣିଗାରେଡି କରିଥିବା ସନ୍ଦେହ କରି ଶେଷରେ ଚାଷୀ ଜଣକ ଥାନାରେ ଦ୍ୱାରସ୍ତ ହୋଇଥିଲେ ।

ମଧ୍ୟପ୍ରଦେଶ ଭିଣ୍ଡ ଅଂଚଳରୁ ସାମ୍ନାକୁ ଆସିଛି ଏଭଳି ତାଜୁବକର ଘଟଣା । ଗତ ଶନିବାର ଏହି ଘଟଣା ସାମ୍ନାକୁ ଆସିଥିଲା । ଚାଷୀ ଜଣକ ମଇଁଷିର କ୍ଷୀର ଦୁହିଁବାରେ ସାହାଯ୍ୟ କରିବା ନେଇ ପୋଲିସକୁ ଅନୁରୋଧ କରିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

ନୟାଗାଓଁ ବାସିନ୍ଦା ବାବୁଲାଲ ଯାତବ ଶନିବାର ଦିନ ଥାନାରେ ଅଭିଯୋଗ କରିଥିବା ନେଇ ସ୍ଥାନୀୟ ଡିଏସ୍‌ପି ଅରବିନ୍ଦ ଶାହ ସୂଚନା ଦେଇଥିଲେ । ବାବୁଲାଲଙ୍କ ଅନୁଯାୟୀ ମଇଁଷି ଉପରେ କେହି ଗୁଣିଗାରେଡି କରିଥିବା ନେଇ ଗାଁ ଲୋକେ ପ୍ରକାଶ କରିଥିଲେ । ଗାଁ ଲୋକଙ୍କ କଥାରେ ବିଶ୍ୱାସ କରି ସେ ଥାନାରେ ଏତଲା ଦେବା ସହ ଦୀର୍ଘ ୪ ଘଣ୍ଟା ଧରି ପୋଲିସକୁ ଅନୁରୋଧ କରି ଘରକୁ ଫେରିଥିଲେ ।

ଅନ୍ୟପଟେ ନୟାଗାଓଁ ଥାନାଧିକାରୀ ସ୍ଥାନୀୟ ପଶୁ ଚିକିତ୍ସକଙ୍କୁ କହି ବାବୁଲାଲଙ୍କ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ତେବେ ରବିବାର ଦିନ ବାବୁଲାଲଙ୍କ ସହ ମିଶି ତାଙ୍କ ଗାଁ ଲୋକେ ପୁନର୍ବାର ଥାନାରେ ପହଂଚିଥିଲେ । ହେଲେ ଏଥର ଅଭିଯୋଗ ନୁହେଁ ବରଂ ମଇଁଷି କ୍ଷୀର ଦେବା ଆରମ୍ଭ କରିଛି ବୋଲି ଜଣାଇବାକୁ ପହଂଚିଥିଲେ ।

Leave A Reply

Your email address will not be published.