Latest Odisha News

BREAKING NEWS

ଆଇପିଏଲ: ରନରେ କୋହଲି, ବିଜୟରେ ଧୋନୀ ଶୀର୍ଷରେ

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସଂସ୍କରଣ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଅଧିନାୟକ ଭାବେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଆରସିବିର ଅଧିନାୟକ ଭାବେ କୋହଲି ସର୍ବାଧିକ ରନ ସଂଗ୍ରହ କରିଥିବା ବେଳେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଅଧିକ ମ୍ୟାଚରେ ବିଜୟ ହାସଲ କରିଛନ୍ତି । କୋହଲି ୧୪୩ ମ୍ୟାଚରେ ଦଳର ନେତୃତ୍ୱ ନେଇଥିବା ବେଳେ ୪୧.୯୭ ଆଭରେଜରେ ୪୯୯୪ ରନ ସଂଗ୍ରହ କରିଛନ୍ତି । ସେ ୫ଶତକ ଓ ୩୭ ଅର୍ଦ୍ଧଶତକ ମାରିଛନ୍ତି । ଧୋନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ୨୨୬ ମ୍ୟାଚରେ ୪୬୬୦ ରନ କରିଛନ୍ତି । ଏଥିରେ ୨୨ ଅର୍ଦ୍ଧଶତକ ସାମିଲ । ରୋହିତ ୧୫୮ ମ୍ୟାଚରେ ମୁମ୍ବାଇର ନେତୃତ୍ୱ କରିବା ସହ ୩୯୮୬ ରନ ସଂଗ୍ରହ କରିଛନ୍ତି । ଏଥିରେ ୨୬ ଅର୍ଦ୍ଧଶତକ ସାମିଲ ।

ତେବେ ଅଧିନାୟକ ଭାବେ ସର୍ବାଧିକ ମ୍ୟାଚରେ ବିଜୟ ହାସଲ କରିବା ରେକର୍ଡ ଧୋନୀଙ୍କ ନାମରେ ରହିଛି । ଚେନ୍ନାଇ ଓ ରାଇଜିଂ ପୁଣେ ସୁପର ଜ୍ୟାଂଟସ ପକ୍ଷରୁ ସେ ୨୨୬ ମ୍ୟାଚରେ ଅଧିନାୟକ ହୋଇଥିବା ବେଳେ ୧୩୩ରେ ବିଜୟୀ ହୋଇଛନ୍ତି । ରୋହିତ ଶର୍ମା ୧୫୮ ମ୍ୟାଚରେ ୮୯ ବିଜୟ ହାସଲ କରି ଧୋନୀଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କୋହଲି ୧୪୩ ମ୍ୟାଚରେ ଆରସିବିି ନେତୃତ୍ୱ ନେଇ ୬୬ରେ ଦଳକୁ ବିଜୟୀ କରାଇଛନ୍ତି । ୨୦୧୩ ପରଠାରୁ ରୋହିତ ୮୯ ଓ ଧୋନୀ ୮୭ ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି ।

Leave A Reply

Your email address will not be published.