Latest Odisha News

BREAKING NEWS

ଜାପାନର ଚର୍ଚ୍ଚିତ ନଗ୍ନ ଉତ୍ସବ ହାଦକା ମାତାସୁରୀ

ଟୋକିଓ: ଜାପାନରେ ପ୍ରତି ବର୍ଷ ଫେବୃୟାରୀର ତୃତୀୟ ଶନିବାର ପାରମ୍ପାରିକ ନଗ୍ନ ଉତ୍ସବ ହାଦାକା ମାତାସୁରୀ ପାଳନ କରାଯାଏ । ଚଳିତ ବର୍ଷ ଏହା ୧୫ ଫେବୃୟାରୀରେ ପାଳନ କରାଯାଇଛି । ଶ୍ରଦ୍ଧାଳୁ ମାନେ ସାଇଦାଇଜି କାନୋନିନ୍ ମନ୍ଦିର ନିକଟରେ ଏକତ୍ର ହୋଇଥାନ୍ତି । ହଜାର ହଜାର ପୁରୁଷ ଶ୍ରଦ୍ଧାଳୁ ହାଡଭଙ୍ଗା ଶୀତରେ କିନ୍ତୁ ଶରୀରରେ ନାମକୁ ମାତ୍ର ଧଳା ପୋଷାକ ପରିଧାନ କରି ଏଠାରେ ଉପସ୍ଥିତ ହୋଇଥାନ୍ତି ।

ଯୁବ ପିଢ଼ୀଙ୍କୁ କୃଷି ପ୍ରତି ଆକୃଷ୍ଟ କରିବା ପାଇଁ ବହୁ ପୂର୍ବରୁ ଏହି ପ୍ରଥା ଚଳି ଆସୁଛି । ସୂର୍ଯ୍ୟଉଦୟ ପୂର୍ବରୁ ଯୁବକମାନେ ଶୌଚ ହୋଇ ମନ୍ଦିର ଭିତରେ ପ୍ରବେଶ କରନ୍ତି । ଅତ୍ୟାଧୁନିକ ଯୁଗରେ ଯୁବପିଢ଼ୀ ପରମ୍ପରାକୁ ଭୁଲି ନ ଥିବାରୁ ମନ୍ଦିରର ପୂଜକ ସନ୍ତୋଷବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.