Latest Odisha News

BREAKING NEWS

ଟସ୍ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଜିତିବା ଲକ୍ଷ୍ୟରେ ଭାରତ

ମଞ୍ଚେଷ୍ଟର : ଚଳିତ ଆଇସିସି ବିଶ୍ୱକପର ଲିଗ୍ ମ୍ୟାଚ୍ ସମାପ୍ତ ପରେ ମଙ୍ଗଳବାର ଦିନ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ଦଳ ।

ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳରେ ଏକ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ଟିମ୍ ଇଣ୍ଡିଆରେ କୁଲଦୀପ ଯାଦବଙ୍କ ସ୍ଥାନରେ ଯୁଜବେନ୍ଦ୍ର ଚହଲ ସ୍ଥାନ ପାଇଥିବାବେଳେ ନ୍ୟୁଜିଲାଣ୍ଡ ଦଳରେ ସାଉଦିଙ୍କ ବଦଳରେ ଲକି ଫର୍ଗୁସନଙ୍କୁ ସୁଯୋଗ ମିଳିଛି ।

ସେହିପରି ନ୍ୟୁଜିଲାଣ୍ଡର ପେସ୍ ବାହିନୀ ଓ ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟିଂ ଶକ୍ତିଶାଳୀ ହୋଇଥିବାରୁ ମ୍ୟାଚଟି ରୋମାଞ୍ଚପୂର୍ଣ୍ଣ ହୋଇପାରେ ।

Leave A Reply

Your email address will not be published.