Latest Odisha News

BREAKING NEWS

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ

ଭୁବନେଶ୍ୱର : ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ବୋର୍ଡର ଓ୍ୱେବସାଇଟ୍ www.cisce.org, www.results.cisce.org, କ୍ୟାରିୟର ପୋର୍ଟାଲ୍ ଓ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ନିଜର ପରୀକ୍ଷାଫଳ ପାଇପାରୁଛନ୍ତି ।

ଓ୍ୱେବସାଇଟରେ ଲଗ୍ ଇନ କରି ଏକକ ଆଇଡି, ଇନଡେକ୍ସ ନମ୍ବର ଓ କୋଡ୍ ଦେବା ପରେ ରେଜଲ୍ଟ ଜାଣି ହେଉଛି ।

ଏସଏମଏସ୍ ଜରିଆରେ ରେଜଲ୍ଟ ଜାଣିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମୋବାଇଲ ଫୋନର ମେସେଜ ବକ୍ସରେ ଆଇସିଏସଇ ସହ ସାତ ଟିକିଆ ୟୁନିକ୍ ଆଇଡି ନମ୍ୱର ଟାଇପ୍ କରନ୍ତୁ । ମେସେଜକୁ ୦୯୨୪୮୦୮୨୮୮୩ ନମ୍ୱରରେ ପଠାଇବା ପରେ ପାଇପାରିବେ ରେଜଲ୍ଟ ।

ମାର୍କକୁ ନେଇ କୌଣସି ଅଭିଯୋଗ ଥିଲେ ଛାତ୍ରଛାତ୍ରୀ ଏହାକ ପୁନଃ ମୂଲ୍ୟାଙ୍କନ ପାଇଁ ଜୁଲାଇ ୧୬ ତାରିଖ ମଧ୍ୟରେ ଆବେଦନ କରିପାରିବେ ।ରେଜଲ୍ଟ ବାହାରିବାର ୪୮ ଘଣ୍ଟା ପରେ ଡିଜିଟାଲ ଦସ୍ତଖତ ଥିବା ଡକ୍ୟୁମେଣ୍ଟ ଛାତ୍ରଛାତ୍ରୀଙ୍କୁ ଡିଜିଲକର୍ ଜରିଆରେ ମିଳିପାରିବ ।

Leave A Reply

Your email address will not be published.