Latest Odisha News

ମହାକାଶକୁ ଯିବାରେ ବିଫଳ ହେଲା ଚୀନର ସବୁଠାରୁ ବିଶ୍ୱସନୀୟ ରକେଟ

ବେଜିଂ: ବିସ୍ତାରବାଦୀ ଦେଶ ଭାବେ ସାରା ବିଶ୍ୱରେ କଳଙ୍କ ସାଜିଥିବା ଚୀନକୁ ଶୁକ୍ରବାର ବଡ ଝଟକା ଲାଗିଛି । ସବୁଠାରୁ ବିଶ୍ୱସନୀୟ ରକେଟ କେୟୁଆଇଜେଡଏଚଓୟୁ-୧୧ ମହାକାଶକୁ ଯିବାରେ ବିଫଳ ହୋଇଛି । ଏହି ସାଟେଲାଇଟ ଲଂଚ ପାଇଁ ଚୀନ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଓ ସମୟ ଖର୍ଚ୍ଚ କରିଥିଲା । ୧୨ଟା ୧୭ମିନିଟରେ ଏହାକୁ ଲଂଚ କରାଯାଇଥିଲା ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁ ମହାକାଶରେ ଖସି ପଡିଥିଲା ।

ସମ୍ପର୍କରେ ଚୀନ ପକ୍ଷରୁ କୌଣସି ମନ୍ତବ୍ୟ ଜାରି କରାଯାଇ ନାହିଁ । ଏହି ସାଟେଲାଇଟ ୭୦.୮ ଟନ ଓଜନର ଜିନିଷ ନେଇପାରିବା କ୍ଷମତା ରଖିବା ସହ ସଲିଡ ଇନ୍ଧନ ଦ୍ୱାରା ପରିଚାଳିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଚୀନ ପକ୍ଷରୁ ରକେଟ ଟେଷ୍ଟ କରାଯାଇଥିଲା । ମାତ୍ର ଏହା ମହାକାଶରେ କକ୍ଷରେ ରହିବା ବଦଳରେ ପୃଥିବର ପୃଷ୍ଠକୁ ଫେରି ଆସିଥିଲା ।

Leave A Reply

Your email address will not be published.