ଭୁବନେଶ୍ୱର: ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୨ ଜଣଙ୍କ ପରିଚୟ।ଏନ୍କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ ହୋଇଛନ୍ତି। ମୃତ ମାଓବାଦୀ ଜଣଙ୍କ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା ବୋଲି ଜଣାପଡିଛି।
ଆଉ ୨ ଜଣ ନୂଆପଡା ଓ କଳାହାଣ୍ଡିରେ ଛଦ୍ମବେଶରେ ରହୁଥିଲେ। ମୁନ୍ନା ନାଁରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା। ସୂଚନା ଥାଉକି ଗରିଆବନ୍ଧରେ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଥିଲେ। ଜାନୁଆରୀ ୨୦ ତାରିଖରେ ଓଡିଶାର ନୂଆପଡ଼ା ସୀମାଠାରୁ ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଓଡ଼ିଶା-ଛତିଶଗଡ଼ ପୁଲିସ୍ ପକ୍ଷରୁ ହୋଇଥିଲା ଆରମ୍ଭ ହୋଇଥିଲା ମିଳିତ ଅପରେସନ୍।
ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ ନେଇ ଜାଣିପାରିଥିଲେ ମାଓବାଦୀ । ଏହାପରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମହିଳା ମାଓବାଦୀ ନିହତ ହୋଇଥିଲେ। ତଥାପି ଥମି ନଥିଲା ଅପରେସନ। ଅପରେସନ ଜାରି ରହିଥିବା ବେଳେ ସେହି ଦିନ ବିଳମ୍ବିତ ରାତିରେ ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଜାନୁଆରୀ ୨୧ ତାରିଖ ଦିନ ପୁଣି ସକାଳେ ଆଉ ୧୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
Comments are closed.